ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚିତ

ଜଗତସିଂହପୁର: କୁଜଙ୍ଗ ବ୍ଲକ୍‌ ଝିମାଣୀ ସ୍ଥିତ ଜନତା ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ୨୦୧୮ ଅପ୍ରେଲ ମାସରେ ହେବ। ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ସଭାପତି ଓ କୁଜଙ୍ଗ ମହାବିଦ୍ୟାଳୟର ବର୍ତ୍ତମାନ ଅଧ୍ୟକ୍ଷ ଡଃ ପ୍ରଭାସ ରଞ୍ଜନ ପାଣି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସ୍ୱର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚିତ ହୋଇଯାଇଛି। ଶିକ୍ଷାବିତ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ଡଃ ସତ୍ୟାନନ୍ଦ ପଣ୍ଡା ଆନୁଷ୍ଠାନିକ ଭାବେ ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ସ୍କୁଲର  ଅନ୍ୟତମ ପ୍ରତିଷ୍ଠାତା […]

janata bidyapitha

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 10:49 PM IST

ଜଗତସିଂହପୁର: କୁଜଙ୍ଗ ବ୍ଲକ୍‌ ଝିମାଣୀ ସ୍ଥିତ ଜନତା ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ୨୦୧୮ ଅପ୍ରେଲ ମାସରେ ହେବ। ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ସଭାପତି ଓ କୁଜଙ୍ଗ ମହାବିଦ୍ୟାଳୟର ବର୍ତ୍ତମାନ ଅଧ୍ୟକ୍ଷ ଡଃ ପ୍ରଭାସ ରଞ୍ଜନ ପାଣି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସ୍ୱର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚିତ ହୋଇଯାଇଛି।

ଶିକ୍ଷାବିତ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ଡଃ ସତ୍ୟାନନ୍ଦ ପଣ୍ଡା ଆନୁଷ୍ଠାନିକ ଭାବେ ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ସ୍କୁଲର  ଅନ୍ୟତମ ପ୍ରତିଷ୍ଠାତା ଅଦ୍ୱୈତ ଚରଣ ସ୍ୱାଇଁ ଓ ବର୍ତ୍ତମାନର ପ୍ରଧାନଶିକ୍ଷୟତ୍ରୀ କଳ୍ପନା ସୁତାର ପ୍ରମୁଖ ଯୋଗଦେଇଥିଲେ।

ଲୋଗୋ ଉନ୍ମଚନ ପୂର୍ବରୁ ୧୫୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ମା’ ସାରଳା ମନ୍ଦିରରୁ ଆଜ୍ଞାମାଳ ଓ ମଶାଲ୍‌ ଧରି ୨୦ଟି ଗ୍ରାମ ପରିକ୍ରମା କରିଥିଲେ। ପରେ ଏହି ଶୋଭଯାତ୍ରା ବିଦ୍ୟାଳୟରେ ପଞ୍ଚିଥିଲା। ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧକ୍ଷଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କୁ ସେମାନଙ୍କୁ ସ୍ୱଗତ କରିଥିଲେ।

Related story