ଜଷ୍ଟିସଙ୍କ ଘରୁ ଡକାୟତି ଘଟଣା: ଡକାୟତ ଗ୍ୟାଙ୍ଗର ୪ ଜଣ ଅଟକ

କଟକ: ଜଷ୍ଟିସ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଘରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ସଂପୃକ୍ତ ଏକ ଡକାୟତ ଗ୍ୟାଙ୍ଗକୁ କମିଶନରେଟ୍ ପୋଲିସ ଠାବ କରିଛି। ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଚଲାଇଛି। ସୋମବାର ମୁଖ୍ୟମନ୍ତ୍ରୀ ଉଭୟ ଡିଜିପି ଓ ସିପିଙ୍କୁ ସଚିବାଳୟକୁ ଡାକି ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବିଡାନାସୀ, ସିଡିଏ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା ବଢାଇବା, ଭୁବନେଶ୍ୱରରେ ହୋଇଥିବା ସିସଟିଭି କ୍ୟାମେରା ବ୍ୟବସ୍ଥାକୁ କଟକରେ […]

cuttack1

cuttack1

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 08:22 AM IST

Sports

Latest News

କଟକ: ଜଷ୍ଟିସ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଘରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ସଂପୃକ୍ତ ଏକ ଡକାୟତ ଗ୍ୟାଙ୍ଗକୁ କମିଶନରେଟ୍ ପୋଲିସ ଠାବ କରିଛି। ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଚଲାଇଛି।
ସୋମବାର ମୁଖ୍ୟମନ୍ତ୍ରୀ ଉଭୟ ଡିଜିପି ଓ ସିପିଙ୍କୁ ସଚିବାଳୟକୁ ଡାକି ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବିଡାନାସୀ, ସିଡିଏ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା ବଢାଇବା, ଭୁବନେଶ୍ୱରରେ ହୋଇଥିବା ସିସଟିଭି କ୍ୟାମେରା ବ୍ୟବସ୍ଥାକୁ କଟକରେ ଲାଗୁ କରାଯିବାକୁ ମୁଖ୍ୟମନ୍ତ୍ରୀ ଉଭୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଗତ ୨୯ ତାରିଖରେ ସିଡିଏ ସେକ୍ଟର ୧୧ରେ ଥିବା ଜଷ୍ଟିସ୍ ପି.କେ ମହାନ୍ତିଙ୍କ ଘରେ ୬ରୁ ୭ ଜଣ ଡକାୟତ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ତାଙ୍କର କାର ଲୁଟି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos