ଜାତି ଭିତ୍ତିକ ସଂରକ୍ଷଣ ବନ୍ଦ ଦାବିରେ ଧାରଣା

dharanaଭୁବନେଶ୍ୱର: ୧୦ ବର୍ଷ ପାଇଁ ଦିଆଯାଇଥିବା ଜାତି ଭିତ୍ତିକ ସଂରକ୍ଷଣ ୬୫ ବର୍ଷ ପରେ ମଧ୍ୟ ସୁଫଳ ଆଣି ପାରିନାହିଁ। ବିକାଶ ପାଇଁ କରାଯାଇଥିବା ଏହି ସଂରକ୍ଷଣ ବର୍ତ୍ତମାନ ବିନାଶ ଦିଗରେ ଅଗ୍ରସର ହେଉଛି। ଏହି ସଂରକ୍ଷଣକୁ ବନ୍ଦ କରିବା ପାଇଁ ଇଣ୍ଡିଆ ଏଗ୍ନେଷ୍ଟ କରପସନ, ଅଖିଳ ଭାରତୀୟ ସମାନତା ମଞ୍ଚ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଭୁବନେଶ୍ୱରରେ ଧାରଣା ଦିଆଯାଇଛି। ଶିକ୍ଷା, ନିଯୁକ୍ତି, ପଦୋନ୍ନତି ଓ ରାଜନୀତିରେ ଜାତିଭିତ୍ତିକ ସଂରକ୍ଷଣକୁ ଉଚ୍ଛେଦ ପାଇଁ ଧାରଣା ସମୟରେ ଦାବି କରାଯାଇଛି। ଏହି ଧାରଣାରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।