ଭାଇ ହାତରେ ରାକ୍ଷୀ ବାନ୍ଧିଲେ ରାନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଯଲିଉଡ୍‌ ଚର୍ଚ୍ଚିତ ନାୟିକା ରାନୀ ପଣ୍ଡା। ସିଏ ଏମିତି ସେମିତି ଭାଇ ନୁହଁନ୍ତି, ଓଡ଼ିଶା ରାଜନୀତି ଚର୍ଚ୍ଚିତ ରାଜନେତା ତଥା ସମସ୍ତଙ୍କ ଅତି ଆଦରର ସୁର ଭାଇ। ରକ୍ଷା ବନ୍ଧନ ଅବସରରେ ଆଜି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ହାତରେ ରାନୀ ପଣ୍ଡା ରାକ୍ଷୀ ବାନ୍ଧିଛନ୍ତି। ଆଉ ତା’ଙ୍କ ଦୀର୍ଘାୟୁ କାମନା କରିଛନ୍ତି। ପିଲାଙ୍କଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଅତି ପ୍ରିୟ ସୁରଭାଇ, ଭାଇର କର୍ତ୍ତବ୍ୟ […]

Sura-and-Rani

  • Published: Thursday, 11 August 2022
  • , Updated: 11 August 2022, 04:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଯଲିଉଡ୍‌ ଚର୍ଚ୍ଚିତ ନାୟିକା ରାନୀ ପଣ୍ଡା। ସିଏ ଏମିତି ସେମିତି ଭାଇ ନୁହଁନ୍ତି, ଓଡ଼ିଶା ରାଜନୀତି ଚର୍ଚ୍ଚିତ ରାଜନେତା ତଥା ସମସ୍ତଙ୍କ ଅତି ଆଦରର ସୁର ଭାଇ। ରକ୍ଷା ବନ୍ଧନ ଅବସରରେ ଆଜି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ହାତରେ ରାନୀ ପଣ୍ଡା ରାକ୍ଷୀ ବାନ୍ଧିଛନ୍ତି। ଆଉ ତା’ଙ୍କ ଦୀର୍ଘାୟୁ କାମନା କରିଛନ୍ତି। ପିଲାଙ୍କଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଅତି ପ୍ରିୟ ସୁରଭାଇ, ଭାଇର କର୍ତ୍ତବ୍ୟ କରିବାକୁ ଯାଇ ଭଉଣୀ ରାନୀଙ୍କୁ ଆଶୀର୍ବାଦ ଦେଇଛନ୍ତି।

https://youtu.be/hhY6XWWrmlY

ରଖି ବାନ୍ଧିବା ପରେ ରାନୀ କହିଛନ୍ତି, ଆଜିର ଦିନରେ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। କିଛି ପାଇବା ଆଶାରେ ନୁହେଁ। କେବଳ ଭଲ ପାଇବା ଓ ଆଶୀର୍ବାଦ ପାଇବା ଆଶାରେ ଏବଂ ସୁଖ ଦୁଃଖରେ ଭାଗିଦାର ହେବା ପାଇଁ ଭାଇ ହାତରେ ଭଉଣୀଟିଏ ରାକ୍ଷୀ ବାନ୍ଧିଥାଏ। ଆଜି ସୁର ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲି ଓ ତାଙ୍କ ଆଶୀର୍ବାଦ ନେଲି। ମୁଁ ଆଶା କରିବି ତାଙ୍କ ଭଲ ପାଇବା ସବୁବେଳେ ମୋ ପ୍ରତି ଥାଉ ବୋଲି ରାନୀ ପଣ୍ଡା କହିଛନ୍ତି।

https://youtu.be/Me0t50kJ3Bs

 

Related story