ସାଂସଦ ପାଣ୍ଠି ବିନିଯୋଗ ସଂପର୍କିତ ଖବରକୁ ବୈଜୟନ୍ତଙ୍କ ସମାଲୋଚନା

ଭୁବନେଶ୍ୱର: ସାଂସଦ ପାଣ୍ଠି ବିନିଯୋଗ କରିବାରେ ସେ ଓଡ଼ିଶାର ସାଂସଦମାନଙ୍କ ମଧ୍ୟରେ ସବୁଠୁ ପଛରେ ଅଛନ୍ତି ବୋଲି ଏକ ଓଡ଼ିଆ ଦୈନିକ ଖବର କାଗଜରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସାଂସଦ ପଣ୍ଡା ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି,“ଏହା ସଂପୂର୍ଣ୍ଣ ମିଛ। ସେମାନେ କୌଣସି ଏକ ସରକାରୀ ୱେବସାଇଟ୍‌ରୁ ଏହି ତଥ୍ୟ ପାଇବା ପରେ ତା’ର ସତ୍ୟାସତ୍ୟ ଯାଞ୍ଚ କରିବାର ଥିଲା। ଏହି ତଥ୍ୟର ସତ୍ୟାସତ୍ୟ ଜାଣିବା ପାଇଁ ସେମାନେ […]

JAY-PANDA

Rakesh Mallick
  • Published: Sunday, 17 April 2016
  • , Updated: 17 April 2016, 12:13 PM IST

ଭୁବନେଶ୍ୱର: ସାଂସଦ ପାଣ୍ଠି ବିନିଯୋଗ କରିବାରେ ସେ ଓଡ଼ିଶାର ସାଂସଦମାନଙ୍କ ମଧ୍ୟରେ ସବୁଠୁ ପଛରେ ଅଛନ୍ତି ବୋଲି ଏକ ଓଡ଼ିଆ ଦୈନିକ ଖବର କାଗଜରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।

ସାଂସଦ ପଣ୍ଡା ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି,“ଏହା ସଂପୂର୍ଣ୍ଣ ମିଛ। ସେମାନେ କୌଣସି ଏକ ସରକାରୀ ୱେବସାଇଟ୍‌ରୁ ଏହି ତଥ୍ୟ ପାଇବା ପରେ ତା’ର ସତ୍ୟାସତ୍ୟ ଯାଞ୍ଚ କରିବାର ଥିଲା। ଏହି ତଥ୍ୟର ସତ୍ୟାସତ୍ୟ ଜାଣିବା ପାଇଁ ସେମାନେ ଅତିକମ୍‌ରେ ଯେଉଁ ସାଂସଦମାନଙ୍କ ନାଁ ଉଲ୍ଲେଖ କରିଛନ୍ତି ସେମାନଙ୍କ ସହିତ ଯୋଗାଯୋଗ କରିପାରି ଥାଆନ୍ତେ। ଏହା ହେଉଛି ସାମ୍ବାଦିକତାର ମୌଳିକତା।”

ସେ କହିଛନ୍ତି,“ଏହି ଖବରଟିକୁ ଏକ ସରକାରୀ ୱେବସାଇଟ୍‌ରେ ଦର୍ଶାଯାଇଥିବା ତଥ୍ୟ ଆଧାରରେ କରାଯାଇଛି। ତେବେ ଉକ୍ତ ୱେବ୍‌ସାଇଟ୍‌ଟି ଦୀର୍ଘ ଦିନ ହେବ ଅପ୍‌ଡେଟ୍ ହୋଇନାହିଁ। ଏଭଳି ଦ୍ୱନ୍ଦ୍ୱ ପାଇଁ (ଅଳସୁଆମୀ ସାମ୍ବାଦିକତା ବ୍ୟତୀତ) ଅନେକ କାରଣ ରହିଛି, ବିଶେଷକରି ସରକାରୀ ୱେବ୍‌ସାଇଟ୍‌ଗୁଡ଼ିକୁ ଅପ୍‌ଡେଟ୍ କରାଯିବାରେ ଅହେତୁକ ବିଳମ୍ବ।

ତାଙ୍କ ନିର୍ବାଚନ ମଣ୍ଡଳୀ ସଂପର୍କରେ ଅପ୍‌ଡେଟ୍ ରହିବା ପାଇଁ ତାଙ୍କ ଫେସ୍‌ବୁକ୍ ଓ ଟ୍ୱିଟର ଆକାଉଣ୍ଟ୍ ଅନୁକରଣ କରିବାକୁ  ସାଂସଦ ପଣ୍ଡା ଏଭଳି ଖବର ଛାପୁଥିବା ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି,“ମୁଁ ମୋ ଅଞ୍ଚଳର ସମସ୍ତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂପର୍କରେ ନିୟମିତ ବ୍ୟବଧାନରେ ସମୀକ୍ଷା କରେ ଏବଂ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ସଂପର୍କରେ ସୋସିଆଲ୍ ମିଡିଆରେ  ସବୁବେଳେ ଅପ୍‌ଡେଟ୍ ସୂଚନା ଦେଇଥାଏ।”

ସାଂସଦ ପଣ୍ଡା ତାଙ୍କ ଫେସ୍‌ବୁକ୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି,“ମୋର ଏହି ପୃଷ୍ଠାକୁ ଅବା ମୋ ଟ୍ୱିଟର ଆକାଉଣ୍ଟକୁ ନିୟମିତ ଅନୁକରଣ କରୁଥିବା ବ୍ୟକ୍ତିମାନେ ସାଂସଦ ପାଣ୍ଠି ବିନିଯୋଗରେ ଅନେକ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବା ଜାଣିବାକୁ ପାଇବେ। ସେହିପରି ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ମୁଁ ନିୟମିତ ବ୍ୟବଧାନରେ ସମୀକ୍ଷା କରିଥାଏ। ଏନେଇ ମୁଁ ତାରିଖ ସମ୍ବଳିତ ଫଟୋ ବି ପୋଷ୍ଟ୍ କରିଥାଏ।”

ସୂଚନାଯୋଗ୍ୟ, ଅଗ୍ରଣୀ ଓଡ଼ିଆ ଖବର କାଗଜ “ସମ୍ବାଦ”ରେ ସାଂସଦ ପାଣ୍ଠି ବ୍ୟବହାର ହେଉ ନ ଥିବା ନେଇ ଶନିବାର ଏକ ଖବର ପ୍ରକାଶିତ ହୋଇଥିଲା। ପ୍ରଥମ ପୃଷ୍ଠାରେ ପ୍ରକାଶିତ ଏହି ଖବରରେ ଉଲ୍ଲେଖ କରାଯାଇଥିଲା ଯେ  ସାଂସଦ ପାଣ୍ଠି ବିନିଯୋଗ କରିବାରେ କେନ୍ଦ୍ରାପଡ଼ା ସାଂସଦ ତାଲିକାର ଶେଷରେ ଅଛନ୍ତି। ସେ ତାଙ୍କ ସାଂସଦ ପାଣ୍ଠିରୁ ମାତ୍ର ୬ ପ୍ରତିଶତ ବିନିଯୋଗ କରିଛନ୍ତି।

Related story