ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା। ଗେରୁଆ ବସ୍ତ୍ରଧାରୀ ଲୋକମାନେ ମନ୍ଦିରରେ ଦୁଷ୍କର୍ମ କରୁଥିବା କହି ବିବାଦୀୟ ମନ୍ତବ୍ୟ ଦେଇଥିବା ଦିଗ୍ବିଜୟଙ୍କୁ କଡ଼ା ସମାଲୋଚନା କରିଛନ୍ତି ବୈଜୟନ୍ତ। ବୈଜୟନ୍ତ ପଣ୍ଡାଙ୍କ ଓଡ଼ିଆ ଟ୍ୱିଟର ହ୍ୟାଣ୍ଡେଲରେ ଏ ବିଷୟରେ ଟ୍ୱିଟ୍ କରାଯାଇଛି।
ସେଥିରେ ଲେଖା ଅଛି ଯେ, ଅତି ବିବାଦୀୟ ମନ୍ତବ୍ୟ ଦେବାରେ ଦିଗବିଜୟ ସିଂହ ଜଣାଶୁଣା ଏବଂ ପ୍ରାୟତଃ ତାଙ୍କର ସବୁ ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ଦିଗରେ ଯାଇଥାଏ, ଯାହା ଏକ ସମ୍ପ୍ରଦାୟ ବିରୋଧରେ ଆତଙ୍କ ସୃଷ୍ଟି କରିବାର ଚେଷ୍ଟା କରିଥାଏ। ପ୍ରତି ନିର୍ବାଚନ ପରେ ଲୋକେ ଏଭଳି ମନ୍ତବ୍ୟଗୁଡ଼ିକର ଜବାବ ଦେଇଛନ୍ତି।
ଆଉ ଏକ ଟ୍ୱିଟ୍ରେ ଉଲ୍ଲେଖ ଅଛି ଯେ, ଯେଉଁ ବ୍ୟକ୍ତି ଆତଙ୍କବାଦୀ ଏବଂ ହତ୍ୟାକାରୀଙ୍କୁ ସମ୍ମାନ ଦେଇ ସମ୍ବୋଧନ କରନ୍ତି, ତାଙ୍କଠାରୁ ଆପଣ ଆଉ କ’ଣ ଆଶା କରିପାରିବେ? ଏଭଳି କହିବା ଠିକ ନୁହେଁ, ବିଭିନ୍ନ ଧର୍ମରେ ଲୋକ ଅଛନ୍ତି, ଯେଉଁମାନେ ଏଭଳି ଜଘନ୍ୟ ଅପରାଧ କରୁଛନ୍ତି ଏବଂ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ଗେରୁଆ ବସ୍ତ୍ରଧାରୀ ଲୋକମାନେ ମନ୍ଦିରରେ ଦୁଷ୍କର୍ମ କରୁଛନ୍ତି ବୋଲି ଗତକାଲି ବିବାଦୀୟ ମନ୍ତବ୍ୟ ଦେଇଥିବା ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ ଶ୍ରୀଯୁକ୍ତ @PandaJay କଡ଼ା ସମାଲୋଚନା କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆତଙ୍କ ସୃଷ୍ଟି କରିବାକୁ ଦିଗବିଜୟ ଚେଷ୍ଟାକରୁଛନ୍ତି ବୋଲି ସେ କହିଛନ୍ତି।#Odisha pic.twitter.com/N19xIog3sZ
— Baijayant Panda Odia (@Panda_Odia) September 18, 2019
ଯଦି ପରିସଂଖ୍ୟାନ ଦେଖାଯାଏ, କିଛି ଦୂର ପର୍ଯ୍ୟନ୍ତ ସ୍ପଷ୍ଟ ହେବ, ହିନ୍ଦୁ ସମ୍ପ୍ରଦାୟର ଲୋକ, ଗେରୁଆ ପିନ୍ଧୁଥାନ୍ତୁ ବା ନପିନ୍ଧୁଥାନ୍ତୁ,ବିଶେଷତଃ ଅପରାଧରେ ସାମିଲ ନଥାନ୍ତି। ତଥ୍ୟ କହୁଛି ଏହା ଅନ୍ୟ ସମ୍ପ୍ରଦାୟ ତୁଳନାରେ ସମ୍ଭବତଃ କମ। ଗୋଟିଏ ସମ୍ପ୍ରଦାୟ ବିରୋଧରେ କହିବା ତାଙ୍କର ବିଶେଷ ଗୁଣ, କିନ୍ତୁ ଏହାକୁ ସମର୍ଥନ ଦିଆଯାଇନାହିଁ ବୋଲି ଟ୍ୱିଟ୍ରେ ଉଲ୍ଲେଖ ଅଛି।
.@PandaJay କହିଛନ୍ତି : ଅତି ବିବାଦୀୟ ମନ୍ତବ୍ୟ ଦେବାରେ ଦିଗବିଜୟ ସିଂ ଜଣାଶୁଣା ଏବଂ ପ୍ରାୟତଃ ତାଙ୍କର ସବୁ ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ଦିଗରେ ଯାଇଥାଏ, ଯାହା ଏକ ସମ୍ପ୍ରଦାୟ ବିରୋଧରେ ଆତଙ୍କ ସୃଷ୍ଟି କରିବାର ଚେଷ୍ଟା କରିଥାଏ। ପ୍ରତି ନିର୍ବାଚନ ପରେ ଲୋକେ ଏଭଳି ମନ୍ତବ୍ୟଗୁଡ଼ିକର ଜବାବ ଦେଇଛନ୍ତି। https://t.co/3kGUEwLgcv
— Baijayant Panda Odia (@Panda_Odia) September 18, 2019
ସୂଚନା ଯୋଗ୍ୟ ଯେ, ଭୋପାଳ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଗବିଜୟ କହିଥିଲେ ଯେ, ଗେରୁଆ ବସ୍ତ୍ର ପିନ୍ଧି ଦୁଷ୍କର୍ମ କରାଯାଉଛି। ମନ୍ଦିରରେ ଦୁଷ୍କର୍ମ ହେଉଛି । କ’ଣ ଏହା ହେଉଛି ଆମର ଧର୍ମ ବୋଲି ସେ ପ୍ରଶ୍ନ କରିଥିଲେ।