ଜୟପୁର: ରାଇସ୍ ମିଲରେ ଅଗ୍ନିକାଣ୍ଡ,୬ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ କଙ୍ଗାଠାରେ ଥିବା ଏକ ରାଇସ୍ ମିଲରେ ଅଗ୍ନିକାଣ୍ଡ ଘଟି ୬ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୪ଜଣ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ୪ଜଣଙ୍କ ଶରୀରର ୫୦ପ୍ରତିଶତ ପୋଡି ଥିବା ଡାକ୍ତର କହିଛନ୍ତି।  ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ମିଲରେ ଥିବା ଏକ ବ୍ରଏଲର ଫାଟିଯାଇ ଅଗ୍ନିକାଣ୍ଡ ଘଟିଥିଲା।