ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କଲେ ପାଙ୍ଗୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଆଉ ଜଣେ ନେତା।  କିଛି ମାସ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜୟରାମ ପାଙ୍ଗୀ ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲାରୁ ଷଡ଼ଯନ୍ତ୍ର ହେଉଛି।  ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ବୁଦ୍ଧିରେ କାମ କରୁଛନ୍ତି।  ଏହା ସହିତ ସାଂସଦମାନଙ୍କ ଏକ ତୁଳନାତ୍ମକ ଚିତ୍ର ରଖିଛନ୍ତି ପାଙ୍ଗୀ।   ସେ କହିଛନ୍ତି ଯେ କୋରାପୁଟ ସାଂସଦ ଝିନ ହିକକା କର୍ମୀଙ୍କ […]

jayram

Rakesh Mallick
  • Published: Sunday, 21 January 2018
  • , Updated: 21 January 2018, 03:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଆଉ ଜଣେ ନେତା।  କିଛି ମାସ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜୟରାମ ପାଙ୍ଗୀ ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲାରୁ ଷଡ଼ଯନ୍ତ୍ର ହେଉଛି।  ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ବୁଦ୍ଧିରେ କାମ କରୁଛନ୍ତି।  ଏହା ସହିତ ସାଂସଦମାନଙ୍କ ଏକ ତୁଳନାତ୍ମକ ଚିତ୍ର ରଖିଛନ୍ତି ପାଙ୍ଗୀ।   ସେ କହିଛନ୍ତି ଯେ କୋରାପୁଟ ସାଂସଦ ଝିନ ହିକକା କର୍ମୀଙ୍କ ଫୋନ୍ ଉଠାଉ ନାହାନ୍ତି ଓ  ସମୟ ଦେଉନାହାନ୍ତି ବୋଲି ଯୁବ ବିଜେଡି ବୈଠକରେ ଗଣ୍ଡଗୋଳ ହେଉଛି।  ପାଣ୍ଡିଆନ ଚାହୁଁ ନାହାନ୍ତି ବୋଲି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି।  ବିଜେଡିର ଏମିତି ସ୍ଥିତି ଯେ, ଦଳରେ ତିଷ୍ଠି ରହିବାକୁ ହେଲେ ତେଲ୍ ମାଲିସ୍ ଦରକାର।  ବିଜେଡି ପାଇଁ ତ୍ୟାଗ ଓ ପରିଶ୍ରମ କଲେ ତିରସ୍କାର ମିଳେ ବୋଲି ପାଙ୍ଗୀ ଅଭିଯୋଗ କରିଛନ୍ତି।

Related story