ଜୟଦେବ ବିହାରରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତା ହେବ ୮ ଲେନ ବିଶିଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ଜୟଦେବ ବିହାର ଛକରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ବଜେଟ୍ ବରାଦ ମଧ୍ୟ ହେବ ବୋଲି ଜଣାପଡ଼ିଛି। ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଆସନ୍ତା ଫେବୃୟାରୀ ମଧ୍ୟଭାଗରେ ଆଗତ ହେବାକୁ ଥିବା ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଜୟଦେବ ବିହାରଠାରୁ […]

road

Manoranjan Sial
  • Published: Tuesday, 12 January 2021
  • , Updated: 12 January 2021, 06:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ଜୟଦେବ ବିହାର ଛକରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ବଜେଟ୍ ବରାଦ ମଧ୍ୟ ହେବ ବୋଲି ଜଣାପଡ଼ିଛି।

ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଆସନ୍ତା ଫେବୃୟାରୀ ମଧ୍ୟଭାଗରେ ଆଗତ ହେବାକୁ ଥିବା ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଜୟଦେବ ବିହାରଠାରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ ରାସ୍ତା ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କଳିଙ୍ଗ ହସ୍ପିଟାଲ ଛକ ଓ ଡମଣା ଛକଠାରେ ଦୁଇଟି ଫ୍ଲାଏଓଭର ବ୍ରିଜ୍ ମଧ୍ୟ ନିର୍ମାଣ ହେବ।

୨୦୨୧-୨୨ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ମୋଟ ୩୦ଟି ବ୍ରିଜ୍ ,୨ଟି ରେଳ ଓଭର ବ୍ରିଜ୍ ଓ ଏକ ହଜାର କିମି ରାସ୍ତାର ଉନ୍ନତିକରଣ ପାଇଁ ୨୧୭୯.୬୨ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହେବ ବୋଲି ଜଣାପଡ଼ିଛି। ଏହି ଅର୍ଥରେ ବୃହତ୍ ପ୍ରକଳ୍ପ ଭାବେ ଜୟଦେବ ବିହାରଠୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ ଓ ୨ଟି ଫ୍ଲାଏଓଭର ନିର୍ମାଣ ସମେତ ଭୁବନେଶ୍ୱର ରିଙ୍ଗ ରୋଡ୍ (ଧଉଳିଠୁ ତମାଣ୍ଡୋ), ଭୁବନେଶ୍ୱର ଦୟା-ପଶ୍ଚିମ କେନାଲ ରାସ୍ତା, ତାଳଦଣ୍ଡା କେନାଲ ରାସ୍ତାର ଉନ୍ନତିକରଣ(ରାଣୀହାଟ ଛକଠୁ ଏନଏଚ-୧୬ ପର୍ଯ୍ୟନ୍ତ), ତାଳଦଣ୍ଡା କେନାଲ ଉପରେ ବ୍ରିଜ୍ ନିର୍ମାଣ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସହାୟକ ରାସ୍ତା ଓ ପ୍ରବେଶ ପଥ, କଟକ ରିଙ୍ଗ ରୋଡକୁ ୬ଲେନ୍ ବିଶିଷ୍ଟ କରିବା ସହ ବ୍ରହ୍ମପୁର ରିଙ୍ଗ ରୋଡ୍ ,ବଲାଙ୍ଗିର ରିଙ୍ଗ ରୋଡ୍‌, ଭବାନୀପାଟଣା ସହରର ବାହ୍ୟ ରୋଡ୍ ନିର୍ମାଣ କରାଯିବ। ଏହାସହିତ କଟକ-ପାରାଦୀପ ରାସ୍ତା(ବିରିବାଟୀଠୁ ପାରାଦୀପ ପର୍ଯ୍ୟନ୍ତ)କୁ ୪ ଲେନ୍ ବିଶିଷ୍ଟ କରିବା ନିମନ୍ତେ ଆସନ୍ତା ବଜେଟରେ ବ୍ୟୟବରାଦ ହେବ ବୋଲି ସୂଚନା ମିଳିଛି।

Related story