Advertisment

ଗେମ ଚେଞ୍ଜର ସାଜିଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗଣିତ ଜଟିଳ ଥିଲା। ହେଲେ ଗେମ ଚେଞ୍ଜର ସାଜିଲେ ବୈଜୟନ୍ତ । ମଣିପୁର ବିଧାନସଭା ଉପନିର୍ବାଚନ ବିଜେପିର ସଫଳତା ପଛରେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବିଜୟ ପଛର ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଭୂମିକାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଉପନିର୍ବାଚନରେ ୪ ବିଜେପି ପ୍ରାର୍ଥୀ ଓ ଜଣେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଜିତିବା ପରେ ବୈଜୟନ୍ତଙ୍କୁ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂ ଶ୍ରେୟ ଦେଇଛନ୍ତି। ମଣିପୁର ବିଧାନସଭା ପାଇଁ […]

ଅଦ୍ୟତନ ହୋଇଛି
ଗେମ ଚେଞ୍ଜର ସାଜିଲେ ବୈଜୟନ୍ତ

6bnm

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗଣିତ ଜଟିଳ ଥିଲା। ହେଲେ ଗେମ ଚେଞ୍ଜର ସାଜିଲେ ବୈଜୟନ୍ତ । ମଣିପୁର ବିଧାନସଭା ଉପନିର୍ବାଚନ ବିଜେପିର ସଫଳତା ପଛରେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବିଜୟ ପଛର ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଭୂମିକାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଉପନିର୍ବାଚନରେ ୪ ବିଜେପି ପ୍ରାର୍ଥୀ ଓ ଜଣେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଜିତିବା ପରେ ବୈଜୟନ୍ତଙ୍କୁ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂ ଶ୍ରେୟ ଦେଇଛନ୍ତି। ମଣିପୁର ବିଧାନସଭା ପାଇଁ ୫ଟି ଆସନ ଲାଗି ଉପ-ନିର୍ବାଚନ ହୋଇଥିଲା। ଆଉ ଏଥିରେ ବାଜିମାତ କରିଛି ବିଜେପି।

Advertisment

ମୁଖ୍ୟତଃ ମଣିପୁରରରେ ଦଳୀୟ ଅର୍ନ୍ତଦ୍ୱନ୍ଦ୍ୱକୁ ନେଇ ଜୁନ୍ ମାସରେ ଅଡ଼ୁଆରେ ପଡିଥିଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂହ। ୩ ବିଜେପି ବିଧାୟକ ଦଳ ଛାଡ଼ି କଂଗ୍ରେସକୁ ଚାଲି ଯାଇଥିବା ବେଳେ ନ୍ୟାସନାଲ ପିପୁଲସ ପାର୍ଟି NPPର ୪, ଟିଏମସିର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ଫଳରେ ରାଜ୍ୟ ସରକାର ସଂଖ୍ୟା ଲଘୁରେ ପରିଣତ ହୋଇଥିଲା।

ଏହି ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ଦଳର ପରିଚାଳନା ପାଇଁ ବୈଜୟନ୍ତ ପଣ୍ଡା ଦାୟିତ୍ୱ ନେଇଥିଲେ। ବୈଜୟନ୍ତ ଇମ୍ଫାଲ ଯାଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା ସହ ୪ NPP ବିଧାୟକଙ୍କୁ ମନାଇବାରେ ସଫଳ ହୋଇଥିଲେ । ଫଳରେ ଆସ୍ଥା ଭୋଟରେ ଜିତି ଯାଇଥିଲା ବୀରେନ ସିଂହ ସରକାର। ପରବର୍ତ୍ତୀ ସମୟରେ ୫ କଂଗ୍ରେସ ବିଧାୟକ, ଦଳ ଓ ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଆଉ ଏବେ ବିଜେପିକୁ ସମର୍ଥନ କରୁଥିବା ଜଣେ ସ୍ୱାଧୀନ ଓ ୪ ଦଳୀୟ ପ୍ରାର୍ଥୀ ଉପନିର୍ବାଚନରେ ବିଜୟୀ ହେବା ପରେ ବୀରେନ ସିଂହ ସରକାର ଗଠନ ପାଇଁ ପଥ ପରିସ୍କାର ହୋଇଛି। ତେବେ ଉପ ନିର୍ବାଚନରେ ସଫଳତା ପରେ  ଶ୍ରୀଯୁକ୍ତ ପଣ୍ଡା ନିର୍ବାଚନ ପ୍ରଚାରରେ ସାମିଲ ହେବା ମଣିପୁର ନିର୍ବାଚନ ପାଇଁ ଏକ ଉଲ୍ଲେଖନୀୟ ମୋଡ଼ ଥିଲା ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ ବୀରେନ ସିଂ କହିଛନ୍ତି ।

Advertisment

ଆଗକୁ ପଢ଼ନ୍ତୁ: କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ? ପ୍ରତିକ୍ରିୟା ରଖିଲେ ନୀତୀଶ କୁମାର

Election Baijayanta Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe