ମହିମା ଗାଦିରେ ଚାଲିଲା ଜେସିବି, ମାଟିରେ ମିଶିଲା ବତୀ ଓ ଧୂନି ମନ୍ଦିର

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବିଶ୍ଵପ୍ରସିଦ୍ଧ ଯୋରନ୍ଦାସ୍ଥିତ ମହିମା ଗାଦିରେ ଚାଲିଲା ଜେସିବି। ମହିମାପୀଠ ପରିସରରେ ଥିବା ବତୀ ମନ୍ଦିର ଓ ଧୂନି ମନ୍ଦିରକୁ ଆଜି ଜେସିବି ସାହାଯ୍ୟରେ ମାଟିରେ ମିଶାଯାଇଛି। ମହିମା ପୀଠରେ ଥିବା ଉଭୟ ବକ୍କଳଧାରୀ ମହିମା ସମାଜ ଓ କୌପିନଧାରୀ ମହିମା ସମାଜ ମଧ୍ୟରେ ଏହି ମନ୍ଦିରକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା। ୧୯୪୫ ମସିହାରୁ ଏ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା। ତେବେ, ଏହି ମନ୍ଦିରଗୁଡିକୁ କୌପିନଧାରୀ ମହିମା ସମାଜ […]

dkl

  • Published: Tuesday, 22 November 2022
  • , Updated: 22 November 2022, 12:45 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବିଶ୍ଵପ୍ରସିଦ୍ଧ ଯୋରନ୍ଦାସ୍ଥିତ ମହିମା ଗାଦିରେ ଚାଲିଲା ଜେସିବି। ମହିମାପୀଠ ପରିସରରେ ଥିବା ବତୀ ମନ୍ଦିର ଓ ଧୂନି ମନ୍ଦିରକୁ ଆଜି ଜେସିବି ସାହାଯ୍ୟରେ ମାଟିରେ ମିଶାଯାଇଛି।

ମହିମା ପୀଠରେ ଥିବା ଉଭୟ ବକ୍କଳଧାରୀ ମହିମା ସମାଜ ଓ କୌପିନଧାରୀ ମହିମା ସମାଜ ମଧ୍ୟରେ ଏହି ମନ୍ଦିରକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା। ୧୯୪୫ ମସିହାରୁ ଏ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା। ତେବେ, ଏହି ମନ୍ଦିରଗୁଡିକୁ କୌପିନଧାରୀ ମହିମା ସମାଜ ବ୍ୟବହାର କରୁଥିଲେ। ବକ୍କଳଧାରୀ ମହିମା ସମାଜ ପକ୍ଷରୁ ଏହି ଜାଗାକୁ ନେଇ କୋର୍ଟରେ କେସ୍ କରାଯାଇଥିଲା।

ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଜାଗାକୁ ଖାଲି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଉପଜିଲ୍ଲାପାଳ । ଏଥିପାଇଁ ଆଜି ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ବତୀ ମନ୍ଦିର ଓ ଧୂନି ମନ୍ଦିରକୁ ମାଟିରେ ମିଶାଯାଇଛି।

[caption id="attachment_783392" align="aligncenter" width="650"] ମହିମା ମନ୍ଦିର ସମ୍ମୁଖରେ ପୁଲିସ୍‌ ମୁତୟନ ।[/caption]

ଏହାଦେଖି କୌପିନଧାରୀ ଅଲେଖ ବାବା ନିଜ କୋହ ସମ୍ଭାଳି ପାରି ନ ଥିଲେ। ଏନେଇ କୌପିନଧାରୀ ମହିମା ସମାଜର ବାବା ରଘୁନାଥ ଦାସ କହିଛନ୍ତି, ଆମେ ଦୁର୍ବଳ । ଆମ ପାଖରେ କେସ୍‌ ଲଢ଼ିବାକୁ ଅର୍ଥ ନାହିଁ। ୯୫ ବର୍ଷ ହେଲାଣି ଭକ୍ତଙ୍କ ମଙ୍ଗଳ ପାଇଁ ଏଠାରେ ଅଖଣ୍ଡ ଜାଳୁଛୁ । ହେଲେ ଆମ ତପସ୍ୟା ଭୂମିକୁ ଏବେ ଉଚ୍ଛେଦ କରାଯାଉଛି। ନିମିଷେକ ମଧ୍ୟରେ ଆମ ଉପାସନା ପୀଠକୁ ମାଟିରେ ମିଶାଇ ଦେଲେ। ନିରୁପାୟ ହୋଇ ଦେଖିବା ଛଡ଼ା ଆମ ପାଖରେ ଆଉ କିଛି ବାଟ ନାହିଁ।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ମାଜିଷ୍ଟ୍ରେଟ କହିଛନ୍ତି  - ବକ୍କଳଧାରୀ ମହିମା ସମାଜ ଓ କୌପିନଧାରୀ ମହିମା ସମାଜ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ  ଲାଗିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଉଚ୍ଛେଦ ପ୍ରକ୍ରିୟା କରାଯାଇଛି। ଶାନ୍ତି ରକ୍ଷା ପାଇଁ ଉଭୟ ପକ୍ଷଙ୍କୁ ଅପିଲ କରିଛୁ।

Related story