ଭିମ୍‌ସାର ନିର୍ଦ୍ଦେଶକଙ୍କୁ ହଟାଇବା ଦାବିରେ ଅଟଳ ଜେଡିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଡା.ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ହୋଇଛି ରୁଦ୍ଧଦ୍ୱାର ତଦନ୍ତ। ବିଭିନ୍ନ ନାଗରିକ ସଂଗଠନଙ୍କଠାରୁ ଗୁପ୍ତରେ ତଥ୍ୟ ଓ ମତ ସଂଗ୍ରହ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍। ଏହା ପରେ ସିଧାସଳଖ ନିର୍ଦ୍ଦେଶକ ଡା. ପୂଜାହାରୀ ଓ ଜୁନିୟର ଡାକ୍ତର ସଂଘ (ଜେଡିଏ) ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲା ଟିମ୍‌। ଗତକାଲି ରାତି ୧୧ଟା ଯାଏ ନିର୍ଦ୍ଦେଶକ ପୂଜାହାରୀଙ୍କୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ […]

vimsar

Manoranjan Sial
  • Published: Tuesday, 27 November 2018
  • , Updated: 27 November 2018, 09:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଡା.ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ହୋଇଛି ରୁଦ୍ଧଦ୍ୱାର ତଦନ୍ତ। ବିଭିନ୍ନ ନାଗରିକ ସଂଗଠନଙ୍କଠାରୁ ଗୁପ୍ତରେ ତଥ୍ୟ ଓ ମତ ସଂଗ୍ରହ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍। ଏହା ପରେ ସିଧାସଳଖ ନିର୍ଦ୍ଦେଶକ ଡା. ପୂଜାହାରୀ ଓ ଜୁନିୟର ଡାକ୍ତର ସଂଘ (ଜେଡିଏ) ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲା ଟିମ୍‌।

ଗତକାଲି ରାତି ୧୧ଟା ଯାଏ ନିର୍ଦ୍ଦେଶକ ପୂଜାହାରୀଙ୍କୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂକ୍ରାନ୍ତରେ ପଉରାଉଚରା କରାଯାଇଥିଲା। ସେ ତାଙ୍କ ଉତ୍ତର ଲିଖିତ ଆକାରରେ ରଖିଥିଲେ। ସେହିପରି ଜୁନିୟର ଡାକ୍ତର ସଂଘ ମଧ୍ୟ ନିଜ ପକ୍ଷ ରଖିଥିଲେ।

ମେଡିକାଲ ଭିତରେ ଜଣେ ରୋଗୀଙ୍କ ମୁଣ୍ଡରୁ ଚୁଟି କଟା ଘଟଣା ହେଉ କିମ୍ବା ଡିନ୍‌ଙ୍କ ସହ କଥା କଟାକଟି, ଏ ସବୁ ପ୍ରସଙ୍ଗର ତଦନ୍ତ ପାଇଁ ଜୁନିଅର ଡାକ୍ତର ସଂଘ ରାଜ୍ୟପାଳ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ଦେଇଥିଲା। ଏମିତିକି ନିର୍ଦ୍ଦେଶକଙ୍କୁ ହଟାଇବା ଦାବିରେ ଜେଡିଏ ଆନ୍ଦୋଳନ ଚଳାଇଛି। ହେଲେ ଏଭଳି ସମୟରେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ଲୋକ ଓ ବିଭିନ୍ନ ସଂଗଠନ। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୧୧ଟି ସଂଗଠନ ଆଜି ଶୋଭାଯାତ୍ରାରେ ଆସି ତଦନ୍ତକାରୀ ଟିମ୍‌କୁ ଭେଟି ନିର୍ଦ୍ଦେଶକଙ୍କ ସପକ୍ଷରେ ମତ ରଖିଥିଲେ।

Related story