ବିଲ୍ କରାଇବାକୁ ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ, ମାଡ଼ି ବସିଲା ଭିଜିଲାନ୍ସ

ଦେବଗଡ଼(ଓଡ଼ିଶା ରିପୋର୍ଟର): ବିଲ୍‌ କରି ଦେବାକୁ ଠିକାଦାର ପାଖରୁ ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ତିଲେଇବଣି ବ୍ଲକର ଜେଇ ବିଜୟାନନ୍ଦ ସାହୁ। ଲାଞ୍ଚ ନେବା ମାମଲାରେ ବିଜୟାନନ୍ଦଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି ଭିଜିଲାନ୍ସ ଟିମ୍। ଠିକାଦାର ବିଲ୍‌ କରି ଦେବାକୁ ବିଜୟାନନ୍ଦଙ୍କ ପାଖକୁ ଆସିଥିଲେ। ବିଲ୍‌ କରି ଦେବାକୁ କନିଷ୍ଠ ଯନ୍ତ୍ରୀ ୮୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଠିକାଦାର ମଧ୍ୟ ତାଙ୍କ କଥାରେ ରାଜି ହୋଇଯାଇଥିଲେ। ଏହି ଟଙ୍କା ବିଜୟାନନ୍ଦଙ୍କ ଘରେ ଦେବାକୁ […]

vigilance

  • Published: Thursday, 20 October 2022
  • , Updated: 20 October 2022, 02:17 PM IST

ଦେବଗଡ଼(ଓଡ଼ିଶା ରିପୋର୍ଟର): ବିଲ୍‌ କରି ଦେବାକୁ ଠିକାଦାର ପାଖରୁ ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ତିଲେଇବଣି ବ୍ଲକର ଜେଇ ବିଜୟାନନ୍ଦ ସାହୁ। ଲାଞ୍ଚ ନେବା ମାମଲାରେ ବିଜୟାନନ୍ଦଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି ଭିଜିଲାନ୍ସ ଟିମ୍।

ଠିକାଦାର ବିଲ୍‌ କରି ଦେବାକୁ ବିଜୟାନନ୍ଦଙ୍କ ପାଖକୁ ଆସିଥିଲେ। ବିଲ୍‌ କରି ଦେବାକୁ କନିଷ୍ଠ ଯନ୍ତ୍ରୀ ୮୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଠିକାଦାର ମଧ୍ୟ ତାଙ୍କ କଥାରେ ରାଜି ହୋଇଯାଇଥିଲେ। ଏହି ଟଙ୍କା ବିଜୟାନନ୍ଦଙ୍କ ଘରେ ଦେବାକୁ ଉଭୟଙ୍କ ମଧ୍ୟରେ ମୁଲଚାଲ ହୋଇଥିଲା। ପରେ ଏନେଇ ଠିକାଦାର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ଼।

ଅଭିଯୋଗ ପାଇବା ପରେ ଦେବଗଡ଼ ଓ ଝାରସୁଗୁଡ଼ାର ମିଳିତ ୬ ଜଣିଆ ଭିଜିଲାନ୍ସ ଟିମ୍ ବିଜୟାନନ୍ଦ ଘରେ ଛପି ରହିଥିଲେ। ଆଜି ଠିକଦାରଙ୍କ ପାଖରୁ ବିଜୟାନନ୍ଦ ନିଜ ଘରେ ୮୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ କର୍ମଚାରୀ। ବିଜୟାନନ୍ଦଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

Related story