ବାହାରିଲା ଜେଇଇ ଆଡଭାନ୍ସ ରେଜଲ୍ଟ: ଓଡିଶା ଟପ୍ପର ହେଲେ ସାର୍ଥକ

Ordigital Desk
  • Published: Sunday, 10 June 2018
  • , Updated: 10 June 2018, 05:57 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ୨୦୧୮ ରେଜଲ୍ଟ। ଚଳିତବର୍ଷ ରୁର୍&zwnj;କି ଜୋନ୍&zwnj; ପ୍ରଣବ ଗୋୟଲ ସାରା ଦେଶରେ ଏକ ନମ୍ବର ରାଙ୍କ ହାସଲ କରିଛନ୍ତି। କଠିନ ପରିଶ୍ରମ, ବାପା ମାଆଙ୍କ ପ୍ରେରଣା ଓ ଶିକ୍ଷକଙ୍କୁ ସେ ତାଙ୍କ ସଫଳତାର ଶ୍ରେୟ ଦେଇଛନ୍ତିା ସେହିଭଳି ଦିଲ୍ଲୀ ଆଇଆଇଟିର ମୀନାଲ ପାରଖ ୬ ନମ୍ବର ରାଙ୍କ ସହ ଝିଅମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜେଇଇ ଆଡଭାନ୍ସଡରେ ୮୨ ନମ୍ବର ରାଙ୍କ ରଖି ଓଡିଶା ଟପ୍ପର ହୋଇଛନ୍ତି ଭୁବନେଶ୍ୱରର ସାର୍ଥକ ବେହେରା। ସେ ଆଇଆଇଟି ଖଡଗପୁର ଜୋନରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଆଗକୁ ଜଣେ କମ୍ପ୍ୟୁଟର ଗେମ୍ ଡିଜାଇଜନ୍&zwnj;ର ହେବାକୁ ସାର୍ଥକ ଇଚ୍ଛା ପ୍ରକାଶ କରିଛନ୍ତି।</p> <p>ଜେଇଇର ଅଫିସିଆଲ ୱେବସାଇଟ୍&zwnj; jeeadv.ac.in ରେ ଏହି ରେଜଲ୍ଟ ଉପଲବ୍ଧ ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଅନଲାଇନରେ ଜେଇଇ ଆଡଭାନ୍ସ ପରୀକ୍ଷା ହୋଇଥିଲା ୧ ଲକ୍ଷ ୫୫ ହଜାର ୧୫୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୧୮ ହଜାର ୧୩୮ ଜଣ ହୋଇଛନ୍ତି। ୨୦୧୮ରେ ଦେଶର ୭ଟି ଆଇଆଇଟି ଜୋନର ୨୩ଟି ଶିକ୍ଷାନୁଷ୍ଠାନରେ ପାଇଁ ହୋଇଥିଲା ଏହି ପରୀକ୍ଷା। ଏଥିରେ ୧୧ ହଜାର ୨୭୯ ଜଣ ଆଡମିଶନ କରିବେ।</p>

Related story