ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଲା। CBSE ଦ୍ୱାରା ପରିଚାଳିତ ୨୦୧୮ JEE ମେନ୍‌ରେ ପେପର ଓ୍ୱାନ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସିବିଏସ୍ଇ ୱେବସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ରାଙ୍କ୍ ସହ ରେଜଲ୍ଟ ଉପଲବ୍ଧ ହେଉଛି। ଏହାସହ ଛାତ୍ରଛାତ୍ରୀମାନେ jeemain.nic.in ଓ results.nic.inକୁ ମଧ୍ୟ ଲଗ୍ ଇନ କରି ଫଳାଫଳ ଜାଣିପାରିବେ। ଚଳିତ ବର୍ଷ ସାରା ଦେଶରେ ମୋଟ ୧୦ ଲକ୍ଷ ୪୩ ହଜାର ୭୩୯ ଛାତ୍ରଛାତ୍ରୀ ଜେଇଇ ମେନ୍ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ […]

jee main

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 08:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଲା। CBSE ଦ୍ୱାରା ପରିଚାଳିତ ୨୦୧୮ JEE ମେନ୍‌ରେ ପେପର ଓ୍ୱାନ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସିବିଏସ୍ଇ ୱେବସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ରାଙ୍କ୍ ସହ ରେଜଲ୍ଟ ଉପଲବ୍ଧ ହେଉଛି। ଏହାସହ ଛାତ୍ରଛାତ୍ରୀମାନେ jeemain.nic.in ଓ results.nic.inକୁ ମଧ୍ୟ ଲଗ୍ ଇନ କରି ଫଳାଫଳ ଜାଣିପାରିବେ।

ଚଳିତ ବର୍ଷ ସାରା ଦେଶରେ ମୋଟ ୧୦ ଲକ୍ଷ ୪୩ ହଜାର ୭୩୯ ଛାତ୍ରଛାତ୍ରୀ ଜେଇଇ ମେନ୍ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ଅଛନ୍ତି ୪୪ ହଜାର ୪୮୮ ଛାତ୍ରଛାତ୍ରୀ। ଜେଇଇ ମେନର ପେପର ଟୁ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

Related story