ଜେଜିଏମ୍ ଗୁଳିକାଣ୍ଡ ଘଟଣା: ସୁବାସ ଅଗ୍ରୱାଲଙ୍କୁ ରିମାଣ୍ଡରେ ନେଲା ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଜେଜିଏମ୍ ଗୁଳିକାଣ୍ଡ ମାମଲାରେ ଗିରଫ ଏଆରଏସଏସ୍ ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ। ଗୁଳିକାଣ୍ଡ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ସହ ତଥ୍ୟ ହାସଲ ପାଇଁ ପୋଲିସ ସୁବାସଙ୍କୁ ରିମାଣ୍ଡରେ ନେଇଛି। ସୁବାସଙ୍କୁ ୫ ଦିନ ପାଇଁ ରିମାଣ୍ଡ ନେବାକୁ କମିଶନରେଟ ପୋଲିସ ଆବେଦନ କରିଥିଲା। ତେବେ କୋର୍ଟ ଗତକାଲି ତିନି ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଥିଲେ। ଏହାପରେ ଆଜି ସୁବାସଙ୍କୁ ଝାରପଡ଼ା ଜେଲରୁ […]

subasaagrawala

subasaagrawala

Rakesh Mallick
  • Published: Friday, 05 June 2015
  • Updated: 05 June 2015, 10:59 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଜେଜିଏମ୍ ଗୁଳିକାଣ୍ଡ ମାମଲାରେ ଗିରଫ ଏଆରଏସଏସ୍ ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ। ଗୁଳିକାଣ୍ଡ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ସହ ତଥ୍ୟ ହାସଲ ପାଇଁ ପୋଲିସ ସୁବାସଙ୍କୁ ରିମାଣ୍ଡରେ ନେଇଛି। ସୁବାସଙ୍କୁ ୫ ଦିନ ପାଇଁ ରିମାଣ୍ଡ ନେବାକୁ କମିଶନରେଟ ପୋଲିସ ଆବେଦନ କରିଥିଲା। ତେବେ କୋର୍ଟ ଗତକାଲି ତିନି ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଥିଲେ। ଏହାପରେ ଆଜି ସୁବାସଙ୍କୁ ଝାରପଡ଼ା ଜେଲରୁ ପୋଲିସ ନିଜ ହେପାଜତକୁ ନେଇଛି। ଜେଜିଏମ୍ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଦୁର୍ବୃତ୍ତମାନେ ଏଆରଏସଏସ କମ୍ପାନୀର କର୍ମଚାରୀ ନା ଭଡ଼ାରେ ଆସିଥିବା ସୁପାରୀ କିଲର ସେ ନେଇ ପୋଲିସ ଖୋଲତାଡ଼ କରୁଛି। ଗୁଳି ଚଳାଇଥିବା ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ୍ ତନାଘନା ଜାରି ରଖିଛି। ଏ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos