ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀରେ ଆରମ୍ଭ ହେଲା ଅତ୍ୟାଧୁନିକ ଜେଟ୍ ସ୍କି ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମି ସମୁଦ୍ରରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ଅନେକଙ୍କ ଜୀବନ ଯାଇଛି। ଏବେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଜେଟ୍ ସ୍କି ବ୍ୟବସ୍ଥା। ଏଣିକି ସମୁଦ୍ର ଅତଳଗର୍ଭକୁ ଭାସିଯାଉଥିବା ପର୍ଯ୍ୟଟକଙ୍କୁ ସଙ୍ଗେସଙ୍ଗେ ଲାଇଫଗାର୍ଡମାନେ ଏହି ଜେଟ ସ୍କି ମାଧ୍ୟମରେ ଉଦ୍ଧାର କରିପାରିବେ। ପୁରୀ ସମୁଦ୍ରରେ ୨୦୧୪ରୁ ୨୦୧୭ ମଧ୍ୟରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦ୍ର ଭିତରକୁ ଭାସିଯାଉଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ଉଦ୍ଧାର ଲାଗି ଲାଇଫଗାର୍ଡ ଅସମର୍ଥ। ତେଣୁ ଏହି […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 10:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମି ସମୁଦ୍ରରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ଅନେକଙ୍କ ଜୀବନ ଯାଇଛି। ଏବେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଜେଟ୍ ସ୍କି ବ୍ୟବସ୍ଥା। ଏଣିକି ସମୁଦ୍ର ଅତଳଗର୍ଭକୁ ଭାସିଯାଉଥିବା ପର୍ଯ୍ୟଟକଙ୍କୁ ସଙ୍ଗେସଙ୍ଗେ ଲାଇଫଗାର୍ଡମାନେ ଏହି ଜେଟ ସ୍କି ମାଧ୍ୟମରେ ଉଦ୍ଧାର କରିପାରିବେ।

ପୁରୀ ସମୁଦ୍ରରେ ୨୦୧୪ରୁ ୨୦୧୭ ମଧ୍ୟରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦ୍ର ଭିତରକୁ ଭାସିଯାଉଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ଉଦ୍ଧାର ଲାଗି ଲାଇଫଗାର୍ଡ ଅସମର୍ଥ। ତେଣୁ ଏହି ଜେଟ ସ୍କି ମାଧ୍ୟମରେ ପର୍ଯ୍ୟଟକଙ୍କୁ ତୁରନ୍ତ ଉଦ୍ଧାର କରିହେବ। ସେହିପରି ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ସାଧାରଣ ପର୍ଯ୍ୟଟକ।

 

Related story