୪ଟି ମନ୍ଦିରରେ କଳାକନା ବୁଲାଇଦେଲେ

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡଗରପଡ଼ା ଅଞ୍ଚଳରେ ଥିବା ୪ଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାଧାକୁଷ୍ଣ ମନ୍ଦିର, ତାରିଣୀ ମନ୍ଦିର, ମାଉସୀମା’ ମନ୍ଦିର ଓ ବଉଳାଶୁଣୀ ମନ୍ଦିରରେ ଚୋରି ହୋଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଗ୍ରୀଲ୍‌ ଭାଙ୍ଗି ମନ୍ଦିର ଭିତରକୁ ପଶିଥିଲେ। ମନ୍ଦିରରେ ଥିବା ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କାପଇସା ନେବା ସହ ଠାକୁରଙ୍କ ରୁପା ବଳା, ମୁକୁଟ, ମଙ୍ଗଳସୂତ୍ର ଓ ରୁପା ଚିତା ନେଇଯାଇଛନ୍ତି। […]

balasore0

Tapaswini Nayak
  • Published: Wednesday, 08 January 2020
  • , Updated: 08 January 2020, 10:01 AM IST

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡଗରପଡ଼ା ଅଞ୍ଚଳରେ ଥିବା ୪ଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାଧାକୁଷ୍ଣ ମନ୍ଦିର, ତାରିଣୀ ମନ୍ଦିର, ମାଉସୀମା’ ମନ୍ଦିର ଓ ବଉଳାଶୁଣୀ ମନ୍ଦିରରେ ଚୋରି ହୋଇଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଗ୍ରୀଲ୍‌ ଭାଙ୍ଗି ମନ୍ଦିର ଭିତରକୁ ପଶିଥିଲେ। ମନ୍ଦିରରେ ଥିବା ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କାପଇସା ନେବା ସହ ଠାକୁରଙ୍କ ରୁପା ବଳା, ମୁକୁଟ, ମଙ୍ଗଳସୂତ୍ର ଓ ରୁପା ଚିତା ନେଇଯାଇଛନ୍ତି।

ଆଜି ସକାଳେ ପୂଜକ ମନ୍ଦିର ଆସିବା ପରେ ଏ ବିଷୟରେ ଜଣାପଡ଼ିଥିଲା। ସେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Related story