ଜମି ପାଇଁ ବିଳମ୍ୱ ହେଉଛି ଜୟପୁର ଏୟାରପୋର୍ଟ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମି ଅଡୁଆରେ ଛନ୍ଦି ହୋଇ ପଡ଼ିଛି ଜୟପୁର ଏୟାରପୋର୍ଟ। ଯେଉଁଥିପାଇଁ ଜମି ଅଧିଗ୍ରହଣ ହୋଇପାରୁନାହିଁ। ଯାହାଫଳରେ ଜୟପୁର ଏୟାରପୋର୍ଟର ଉନ୍ନତିକରଣ କାର୍ଯ୍ୟ ବିଳମ୍ବିତ ହେଉଛି। ଲୋକସଭାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନରେ ଗତ ୧୧ ତାରିଖରେ ବିଭାଗୀୟ ମନ୍ତ୍ରୀ ହରିଦୀପ ସିଂ ପୁରୀ ଏହି ଉତ୍ତର ଦେଇଛନ୍ତି। ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଜମି ଅଧିଗ୍ରହଣ ପାଇଁ ରନୱେ ସଂପ୍ରସାରଣ କାମ ବିଳମ୍ବିତ ହୋଇଛି। ଉଡାନ ଯୋଜନାରେ ସଂଯୋଗ […]

jeypur-air-port

Manoranjan Sial
  • Published: Friday, 12 February 2021
  • , Updated: 12 February 2021, 08:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମି ଅଡୁଆରେ ଛନ୍ଦି ହୋଇ ପଡ଼ିଛି ଜୟପୁର ଏୟାରପୋର୍ଟ। ଯେଉଁଥିପାଇଁ ଜମି ଅଧିଗ୍ରହଣ ହୋଇପାରୁନାହିଁ। ଯାହାଫଳରେ ଜୟପୁର ଏୟାରପୋର୍ଟର ଉନ୍ନତିକରଣ କାର୍ଯ୍ୟ ବିଳମ୍ବିତ ହେଉଛି। ଲୋକସଭାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନରେ ଗତ ୧୧ ତାରିଖରେ ବିଭାଗୀୟ ମନ୍ତ୍ରୀ ହରିଦୀପ ସିଂ ପୁରୀ ଏହି ଉତ୍ତର ଦେଇଛନ୍ତି।

ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଜମି ଅଧିଗ୍ରହଣ ପାଇଁ ରନୱେ ସଂପ୍ରସାରଣ କାମ ବିଳମ୍ବିତ ହୋଇଛି। ଉଡାନ ଯୋଜନାରେ ସଂଯୋଗ ହେବାକୁ ଥିବା ଜୟପୁର ଏୟାରପୋର୍ଟ ଲାଗି କୌଣସି ନିର୍ଦ୍ଦିଷ୍ଟ ଏୟାରଲାଇନ୍ସ ଅପରେଟର ବିଡ୍‌ ଦାଖଲ ଲାଗି ଆଗ୍ରହ ପ୍ରକାଶ ନକରିବାରୁ ବିଡ୍‌ ବାତିଲ ହୋଇଥିଲା। ଭବିଷ୍ୟତରେ କିଛି ବିଡ୍‌ ଆସିଲେ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ଆଗାମୀ ୬ରୁ ୮ ମାସ ମଧ୍ୟରେ ଜୟପୁରକୁ ବିମାନ ଉଡିବ ବୋଲି ଜୟପୁର ଏୟାରଷ୍ଟ୍ରିପ୍‌ ଅନୁଧ୍ୟାନ ପରେ ପରିବହନ ସଚିବ ମଧୁସୂଦନ ପାଢୀ କହିଛନ୍ତି। ଆଗାମୀ ମାର୍ଚ୍ଚରେ ଉଡାନ ଯୋଜନାରେ ସାମିଲ ପାଇଁ ବ୍ୟବସ୍ଥା ହେବ। ଆଜି ପରିବହନ ସଚିବ ମଧୁସୂଦନ ପାଢୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଜୟପୁର ଏୟାର ଷ୍ଟ୍ରିପ୍‌ ଅନୁଧ୍ୟାନ କରିବା ପରେ କାମର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।

Related story