ମିଲର୍ସଙ୍କ ଗୋଦାମରେ ଚଢ଼ଉ କରାଯାଉ: ତାରା

ଜୟପୁର (ଟି.ଗୌରୀଶଙ୍କର): ମିଲର୍ସମାନେ ଜାଲ୍‌ ପଞ୍ଜିକୃତ ଚାଷୀଙ୍କ ଧାନ ଉଠାଉଛନ୍ତି। ହେଲେ ପ୍ରକୃତ ଚାଷୀଙ୍କ ଧାନ ଉଠାଉ ନାହାନ୍ତି। ଯଦି ମିଲର୍ସଙ୍କ ଗୋଦାମ ଗୁଡ଼ିକରେ ଚଢ଼ଉ ହୁଅନ୍ତି, ତାହାହେଲେ ପ୍ରକୃତ ସତ୍ୟ ପଦାକୁ ଆସନ୍ତା ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ତାରା ଅଭିଯୋଗ କରିଛନ୍ତି-“ଧାନ କିଣିବା ପାଇଁ ଜାଲ୍‌ ପଞ୍ଜିକରଣ କରାଯାଉଛି। ଯାହାର ପ୍ରମାଣ ମୁଁ ଗତବର୍ଷ ରାଜ୍ୟ ସରକାରଙ୍କୁ ଦେଇଥିଲି। ୨୫ ଜଣ ଜାଲ୍‌ ପଞ୍ଜିକୃତ ଚାଷୀଙ୍କ ନାଁ ଦେଇଥିଲି। ଏହି ଜାଲିଆତି […]

tara

Manoranjan Sial
  • Published: Wednesday, 20 January 2021
  • , Updated: 20 January 2021, 04:10 PM IST

ଜୟପୁର (ଟି.ଗୌରୀଶଙ୍କର): ମିଲର୍ସମାନେ ଜାଲ୍‌ ପଞ୍ଜିକୃତ ଚାଷୀଙ୍କ ଧାନ ଉଠାଉଛନ୍ତି। ହେଲେ ପ୍ରକୃତ ଚାଷୀଙ୍କ ଧାନ ଉଠାଉ ନାହାନ୍ତି। ଯଦି ମିଲର୍ସଙ୍କ ଗୋଦାମ ଗୁଡ଼ିକରେ ଚଢ଼ଉ ହୁଅନ୍ତି, ତାହାହେଲେ ପ୍ରକୃତ ସତ୍ୟ ପଦାକୁ ଆସନ୍ତା ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି।

ତାରା ଅଭିଯୋଗ କରିଛନ୍ତି-“ଧାନ କିଣିବା ପାଇଁ ଜାଲ୍‌ ପଞ୍ଜିକରଣ କରାଯାଉଛି। ଯାହାର ପ୍ରମାଣ ମୁଁ ଗତବର୍ଷ ରାଜ୍ୟ ସରକାରଙ୍କୁ ଦେଇଥିଲି। ୨୫ ଜଣ ଜାଲ୍‌ ପଞ୍ଜିକୃତ ଚାଷୀଙ୍କ ନାଁ ଦେଇଥିଲି। ଏହି ଜାଲିଆତି ବିଜେଡିର ଜଣେ ନେତା, ମିଲର୍ସ ଓ ଏମ୍‌ଡି ମିଳିମିଶି କରିଥିଲେ। ରାଜ୍ୟ ସରକାର ଘଟଣାର ତଦନ୍ତ କରିଥିଲେ। ଏପରିକି ସେମାନେ ଧରାପଡ଼ିଲେ। ହେଲେ ରାଜ୍ୟ ସରକାର ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ। ସେମାନଙ୍କୁ ଗିରଫ ମଧ୍ୟ କରାଯାଇନି। ଯାହାଫଳରେ ସେମାନଙ୍କ ମୁହଁ ବଢ଼ିଲା। ସେମାନେ ପୁଣି ଥରେ ଜାଲିଆତି କାମ କଲେ। ଏବେ କେବଳ ଦଲାଲଙ୍କ ଧାନ ଉଠିଛି। ହେଲେ ପ୍ରକୃତ ଚାଷୀଙ୍କ ଧାନ ଉଠିନି।”

ସେ କହିଛନ୍ତି-“ମଣ୍ଡିରୁ ଧାନ ଉଠାଇବା ପାଇଁ ବାରମ୍ୱାର ବିଭିନ୍ନ ଫୋରମରେ ଆଲୋଚନା କରିଛି। ଧାନ ଉଠାଇବାକୁ ମୋତେ ପ୍ରତିଶ୍ରୁତି ଦିଆଯାଉଛି। ହେଲେ ସେମାନେ ମଣ୍ଡିରୁ ଧାନ ଉଠାଉ ନାହାନ୍ତି। ଧାନ ନଉଠାଇ ଚାଷୀଙ୍କୁ ଠକୁଛନ୍ତି। ମୋତେ ମଧ୍ୟ ଠକୁଛନ୍ତି। ଏହାର ପ୍ରତିବାରେ ଆଜି ଧର୍ମଘଟ କରାଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିବ।”

ସୂଚନାରୁ ପ୍ରକାଶ, ବର୍ଷକର ଉପାର୍ଜିତ ଧାନକୁ ଧରି ଚାଷୀ ମଣ୍ଡିକୁ ଆସୁଛନ୍ତି। ହେଲେ ସେହି ଧାନକୁ ରାଜ୍ୟ ସରକାର ଉଠାଉନାହାନ୍ତି। ୧୦ ଦିନ ହେଲା କୋରାପୁଟ ଜିଲ୍ଲାର ଚାଷୀମାନେ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ବସିଛନ୍ତି। ଶେଷରେ ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି।

Related story