ଝାରସୁଗୁଡା ଗସ୍ତ କରିଛନ୍ତି ଷ୍ଟାଣ୍ଡିଙ୍ଗ କମିଟିର ୪ ଜଣ ସଦସ୍ୟ 

ଝାରସୁଗୁଡା:  ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଟିମ-୭ର ଅଧ୍ୟକ୍ଷ ଡା. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ୪ଜଣିଆ ସଦସ୍ୟଙ୍କ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବେଦାନ୍ତ, ଓପିଜିସି, ଟିଆରଏଲ, ଆକ୍ସନ ଇସ୍ପାତ ଓ ଏମଏସପି  କାରଖାନାର ଅଧିକାରୀମାନେ ଉପସ୍ଥିତ ଥିଲେ । ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ରର ୨୦୧୭ରେ ଉତ୍ପାଦନ ଆରମ୍ଭ ହେବାକୁ ଥିବା ୟୁନିଟ-୩ ଓ […]

tim

tim

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 08:06 AM IST

Sports

Latest News

ଝାରସୁଗୁଡା:  ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଟିମ-୭ର ଅଧ୍ୟକ୍ଷ ଡା. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ୪ଜଣିଆ ସଦସ୍ୟଙ୍କ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବେଦାନ୍ତ, ଓପିଜିସି, ଟିଆରଏଲ, ଆକ୍ସନ ଇସ୍ପାତ ଓ ଏମଏସପି  କାରଖାନାର ଅଧିକାରୀମାନେ ଉପସ୍ଥିତ ଥିଲେ । ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ରର ୨୦୧୭ରେ ଉତ୍ପାଦନ ଆରମ୍ଭ ହେବାକୁ ଥିବା ୟୁନିଟ-୩ ଓ ୟୁନିଟ-୪ଟ ସ୍ଥିତି ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲାରେ କାରଖାନାଗୁଡିକ ଯୋଗୁଁ ପ୍ରଦୂଷଣ ବଳୟ ସୃଷ୍ଟି ହେଉଥିବାରୁ ଏହାର ମୁକାବିଲା କିପରି କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ କାରଖାନାଗୁଡିକୁ କମିଟି ସଦସ୍ୟ ତାଗିତ କରିଥିଲେ । ଟ୍ରାଫିକ ସମସ୍ୟା, ଜଙ୍ଗଲ ଜମି ସୁରକ୍ଷା, ପରିବେଶ ସନ୍ତୁଳନ ଓ ସ୍ୱାସ୍ଥ୍ୟ ବିଭାଗରେ ରହିଥିବା ସମସ୍ୟାର ନିରାକରଣ ବିଷୟରେ  ଆଲୋଚନା ହୋଇଥିଲା । ଅଧ୍ୟକ୍ଷ ସାହୁଙ୍କ ସମେତ ବିଧାୟକ ନିତ୍ୟାନନ୍ଦ ସାହୁ, ନବଦାଶ, ଶ୍ରୀକାନ୍ତ ସାହୁ ଏହି କମିଟିରେ ରହିଛନ୍ତି । ଝାରସୁଗୁଡା ଜିଲ୍ଲାପାଳ ପରମେଶ୍ୱରଂ ବି, ଆରଟିଓ, ଡିଏଫଓଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos