ଝାରପଡ଼ା ଜେଲ୍‌ରେ ପପୁ ପମ୍‌ପମ୍‌

ଭୁବନେଶ୍ୱର: ନାବାଳିକାକୁ କାଷ୍ଟିଂ କାଉଚ୍‌ ଅଭିଯୋଗରେ ଗିରଫ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ନୂଆ ଠିକଣା ପାଲଟିଛି ଝାରପଡ଼ା ଜେଲ୍‌। ତାଙ୍କୁ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କୁ ଜେଲରର ୧୧ ନମ୍ବର ସେଲ୍‌ରେ ରଖାଯାଇଛି। ଗତରାତିରେ ପପୁ କିଛି ଖାଇ ନ ଥିବା ବେଳେ ଆଜି ସକାଳେ ପପୁଙ୍କୁ ଉପମା, ଚଣା ତରକାରୀ ଖାଇବା ସହ ଚା’ ପିଇବାକୁ ଦିଆଯାଇଥିଲା। ଆଜି ପପୁଙ୍କ ଏକ କାରକୁ ଜବତ କରିଛି ପୋଲିସ। ଏହି କାରରେ ନାବାଳିକାଙ୍କୁ ଯୌନ […]

papu fn

Rakesh Mallick
  • Published: Friday, 01 July 2016
  • , Updated: 01 July 2016, 07:11 PM IST

ଭୁବନେଶ୍ୱର: ନାବାଳିକାକୁ କାଷ୍ଟିଂ କାଉଚ୍‌ ଅଭିଯୋଗରେ ଗିରଫ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ନୂଆ ଠିକଣା ପାଲଟିଛି ଝାରପଡ଼ା ଜେଲ୍‌। ତାଙ୍କୁ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କୁ ଜେଲରର ୧୧ ନମ୍ବର ସେଲ୍‌ରେ ରଖାଯାଇଛି। ଗତରାତିରେ ପପୁ କିଛି ଖାଇ ନ ଥିବା ବେଳେ ଆଜି ସକାଳେ ପପୁଙ୍କୁ ଉପମା, ଚଣା ତରକାରୀ ଖାଇବା ସହ ଚା’ ପିଇବାକୁ ଦିଆଯାଇଥିଲା।

ଆଜି ପପୁଙ୍କ ଏକ କାରକୁ ଜବତ କରିଛି ପୋଲିସ। ଏହି କାରରେ ନାବାଳିକାଙ୍କୁ ଯୌନ ନିର୍ଯାଜନା ଦିଆଯାଇଥିବା ସନ୍ଦେହ କରାଯାଉଛି।

ଝାରପଡ଼ା ଜେଲ କର୍ତ୍ତୃପକ୍ଷ କହିଛନ୍ତି, “ପପୁ ନିଜ ପାଇଁ କିଛି ସ୍ୱତନ୍ତ୍ର ସୁବିଧା ମାଗିନାହାନ୍ତି। ମାଗି ଥିଲେ ମଧ୍ୟ ଦିଆଯାଇ ନ ଥାନ୍ତି। ଜଣେ ବିଚରାଧୀନ କଏଦୀଙ୍କୁ ଯାହା ସୁବିଧା ମିଳିଥାଏ ତାଙ୍କୁ ସେହି ସୁବିଧା ଦିଆଯାଉଛି।”

ଗତ ରାତିରେ ପପୁ  ଓ ତାଙ୍କ ସହଯୋଗୀ  ପ୍ରଦୀପ ସ୍ୱାଇଁଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଉଭୟଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ଜେଲ୍‌ରେ ପହଞ୍ଚିବା ପରେ ସାଧାରଣ କଏଦୀଙ୍କ ଭଳି ପପୁଙ୍କୁ ଗୋଟିଏ କମ୍ୱଳ ସହ ଥାଳି ଓ ଗିନା ଦିଆଯାଇଥିଲା। ତା’ପରେ ରାତ୍ରିଭୋଜନ ଦିଆଯାଇଥିଲେ ହେଁ, ପପୁ ଗ୍ରହଣ କରିନଥିଲେ। ୧୧ ନମ୍ୱର କମନ୍‌ ୱାର୍ଡରେ ପପୁ ଓ ପ୍ରଦୀପଙ୍କୁ ରଖାଯାଇଥିଲା।

ଆସନ୍ତା ୪ ତାରିଖରେ  ପପୁଙ୍କୁ ଜାମିନ୍‌ ଆବେଦନର  ଶୁଣାଣି ହେବ। ସେ ପର୍ଯ୍ୟନ୍ତ  ପପୁ ବିଚରଧୀନ କଏଦୀ ଭାବେ ଝାରପଡ଼ା ଜେଲ୍‌ରେ ରହିବେ। ଗତକାଲି ପପୁ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁକୁ  କମିଶନରେଟ୍‌ ପୋଲିସ୍ ପୁରୀରୁ ଗିରଫ କରିଥିଲା।

Related story