ଲଗାଣ ବର୍ଷା ଯୋଗୁ ଝାରସୁଗୁଡ଼ା ରାସ୍ତାରେ ୨ ଫୁଟର ପାଣି

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଲଗାଣ ବର୍ଷା ଯୋଗୁ ଉବୁଟୁବୁ ହେଉଛି ଝାରସୁଗୁଡ଼ା। ଗତକାଲି ରାତିଠୁ ବର୍ଷା ଲାଗି ରହିବା ଯୋଗୁ ଏସ୍‌ପି ଅଫିସରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସଂଯୋଗ କରୁଥିବା ରାସ୍ତାରେ ଦୁଇ ଫୁଟର ପାଣି ଚାଲୁଛି। ତେଣୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରିଥାଏ। ପ୍ରତ୍ୟେକ ଦିନ ରୋଗୀ ମାନେ ଏହି ରାସ୍ତା ଦେଇ ଡାକ୍ତରଖାନାକୁ ଯାଇଥାନ୍ତି। ଫଳରେ  ରାସ୍ତାରେ ପାଣି ଜମିବା ସହ […]

jara,,,,

Tapaswini Nayak
  • Published: Thursday, 12 September 2019
  • , Updated: 12 September 2019, 02:52 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଲଗାଣ ବର୍ଷା ଯୋଗୁ ଉବୁଟୁବୁ ହେଉଛି ଝାରସୁଗୁଡ଼ା। ଗତକାଲି ରାତିଠୁ ବର୍ଷା ଲାଗି ରହିବା ଯୋଗୁ ଏସ୍‌ପି ଅଫିସରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସଂଯୋଗ କରୁଥିବା ରାସ୍ତାରେ ଦୁଇ ଫୁଟର ପାଣି ଚାଲୁଛି। ତେଣୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରିଥାଏ। ପ୍ରତ୍ୟେକ ଦିନ ରୋଗୀ ମାନେ ଏହି ରାସ୍ତା ଦେଇ ଡାକ୍ତରଖାନାକୁ ଯାଇଥାନ୍ତି। ଫଳରେ  ରାସ୍ତାରେ ପାଣି ଜମିବା ସହ ଖାଲଢିପ ଥିବାରୁ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଛି।

ଲଗାଣ ବର୍ଷା ଯୋଗୁ ନାଳ ନର୍ଦ୍ଦମାର ପାଣି ରାସ୍ତାରେ ପ୍ରବାହିତ ହେଉଛି। ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଏହି ସମସ୍ୟା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଦିଗରେ ଝାରସୁଗୁଡ଼ା ମ୍ୟୁନିସିପାଳିଟି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Related story