୨୧ରେ ଉଦ୍‌ଘାଟନ ହେବ ଝାରସୁଗୁଡ଼ା ବିମାନ ବନ୍ଦର!

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆସନ୍ତା ୨୧ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ ହେବାର ସମ୍ଭାବନା ରହିଛି। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ଏସ୍‌.କେ ଚୌହାନ୍‌ ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଫୋନ୍‌ ଦ୍ୱାରା ସୂଚନା ଦିଆଯାଇଛି। ଏନେଇ କୌଣସି ଚିଠି ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ। ତଥାପି ୨୧ ତାରିଖରେ ବିମାନବନ୍ଦର ଉଦ୍‌ଘାଟ ହୋଇପାରେ ବୋଲି ଚୌହାନ୍‌ କହିଛନ୍ତି। ସେ ଆହୁରି କହିଛନ୍ତି, “୨୧ ତାରିଖ ଦିନ କେବଳ ଉଦ୍‌ଘାଟନ କାର୍ଯ୍ୟକ୍ରମ ହେବ। ବିମାନ […]

jharsuguda 1

Ordigital Desk
  • Published: Tuesday, 07 August 2018
  • , Updated: 07 August 2018, 02:20 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆସନ୍ତା ୨୧ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ ହେବାର ସମ୍ଭାବନା ରହିଛି। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ଏସ୍‌.କେ ଚୌହାନ୍‌ ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଫୋନ୍‌ ଦ୍ୱାରା ସୂଚନା ଦିଆଯାଇଛି। ଏନେଇ କୌଣସି ଚିଠି ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ। ତଥାପି ୨୧ ତାରିଖରେ ବିମାନବନ୍ଦର ଉଦ୍‌ଘାଟ ହୋଇପାରେ ବୋଲି ଚୌହାନ୍‌ କହିଛନ୍ତି।

ସେ ଆହୁରି କହିଛନ୍ତି, “୨୧ ତାରିଖ ଦିନ କେବଳ ଉଦ୍‌ଘାଟନ କାର୍ଯ୍ୟକ୍ରମ ହେବ। ବିମାନ ଉଡ଼ାଣ କେବେଠାରୁ ଆରମ୍ଭ ହେବ ସେ ନେଇ କୌଣସି ନିର୍ଦ୍ଦେଶ ଆସିନାହିଁ।”

ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିମାନବନ୍ଦର ୪ଜି କ୍ଷେତ୍ରରେ ଲାଇସେନସ୍‌ ପାଇଛି। ୩୨୦ ଏୟାରବସ୍‌ ଭଳି ବିମାନ ସେବା ଏଠାରେ ଉପଲବ୍ଧ ହେବ। ଏହାସହ ଦେଶର ବିଭିନ୍ନ ସହରକୁ ସିଧାସଳଖ ବିମାନ ସେବାର ସଂଯୋଗ ରହିବ।

Related story