ଝାରସୁଗୁଡ଼ା ସରକାରୀ ଯାନ୍ତ୍ରିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଝାରସୁଗୁଡ଼ା: ଝାରସୁଗୁଡ଼ା ସରକାରୀ ଯାନ୍ତ୍ରିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଛାତ୍ରମାନେ ବିଭିନ୍ନ ଦାବି ପୂରଣ ନେଇ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପରେ ଛାତ୍ରମାନେ ଧାରଣାରୁ ଉଠିଥିବା ଜଣାପଡ଼ିଛି। ଝାରସୁଗୁଡ଼ା ସରକାରୀ ଯାନ୍ତ୍ରିକ ବିଦ୍ୟାଳୟରେ ଆବଶ୍ୟକ ଅଧ୍ୟାପକ ନାହାନ୍ତି। ଯେଉଁଥିପାଇଁ ନିୟମିତ କ୍ଲାସ୍‌ ହେଉନାହିଁ। ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଛାତ୍ର ବିକାଶ କର କହିଛନ୍ତି, “ଆମ ବିଦ୍ୟାଳୟରେ ଆବଶ୍ୟକ ଅଧ୍ୟାପକ ଓ ଅଧ୍ୟାପିକା ନାହାନ୍ତି। ପାଠ ପଢ଼ା ଠିକ୍ […]

jharsuguda1

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 02:06 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ସରକାରୀ ଯାନ୍ତ୍ରିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଛାତ୍ରମାନେ ବିଭିନ୍ନ ଦାବି ପୂରଣ ନେଇ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପରେ ଛାତ୍ରମାନେ ଧାରଣାରୁ ଉଠିଥିବା ଜଣାପଡ଼ିଛି।

ଝାରସୁଗୁଡ଼ା ସରକାରୀ ଯାନ୍ତ୍ରିକ ବିଦ୍ୟାଳୟରେ ଆବଶ୍ୟକ ଅଧ୍ୟାପକ ନାହାନ୍ତି। ଯେଉଁଥିପାଇଁ ନିୟମିତ କ୍ଲାସ୍‌ ହେଉନାହିଁ। ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି।

ଛାତ୍ର ବିକାଶ କର କହିଛନ୍ତି, “ଆମ ବିଦ୍ୟାଳୟରେ ଆବଶ୍ୟକ ଅଧ୍ୟାପକ ଓ ଅଧ୍ୟାପିକା ନାହାନ୍ତି। ପାଠ ପଢ଼ା ଠିକ୍ ଭାବେ ହେଉନି। ସବୁ ଯାନ୍ତ୍ରୀକ ସ୍କୁଲରେ ଇଣ୍ଟରନାଲ ପରୀକ୍ଷା ସରିଥିବା ବେଳେ ଏଠାରେ ଏପର୍ଯ୍ୟନ୍ତ ହୋଇନି। ଯଥା ଶୀଘ୍ର ଅଧ୍ୟକ୍ଷଙ୍କୁ ବଦଳି କରାଯାଉ।”

ଛାତ୍ର ସୁନୀଲ ପାଢ଼ୀ କହିଛନ୍ତି, “ଛାତ୍ରାବାସ ରହିବା ଉପଯୋଗୀ ନୁହେଁ। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୬ ମାସ ହେଲାଣି କ୍ୟାଣ୍ଟନ୍‌ ବନ୍ଦ ରହିଛି।”

ସ୍କୁଲର ଅଧ୍ୟକ୍ଷ ରାଧାଶ୍ୟାମ ତ୍ରିପାଠୀ କହିଛନ୍ତି, “ଅଗଷ୍ଟ ୧୫ ପରେ କ୍ଲାସ ଆରମ୍ଭ ହେଲା। ହଷ୍ଟେଲରେ ମେସ୍‌ ଚାଲିବା କଥା କିନ୍ତୁ ରୋଷେୟା ଠିକ୍‌ ହୋଇ ନ ଥିବାରୁ ସମ୍ଭବ ହୋଇପାରିନି। ଖୁବ୍‌ ଶୀଘ୍ର ମେସ୍‌ ଆରମ୍ଭ ହେବ।” ପାଣି ଓ ବିଦ୍ୟୁତ ସମସ୍ୟା ସମ୍ପର୍କିତ ପ୍ରଶ୍ନର ଉତ୍ତରେ ତ୍ରିପାଠୀ କହିଥିଲେ ସେମିତି କିଛି ସମସ୍ୟା ନାହିଁ।

Related story