ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ାରୁ ମୁମ୍ବାଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା:  ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ। ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ  ଆରମ୍ଭ ହେବ ଏହି ସେବା  ।SpiceJet Boing 737  ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନ। ଏହା ପୂର୍ବରୁ ଝାରସୁଗୁଡ଼ାରୁ SpiceJetର ବିମାନ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ଚଳାଚଳ କରୁଛି। ସେହିପରି ଏଲାଏନ୍ସ ଏୟାରଲାଇନ୍ସର ବିମାନ ଭୁବନେଶ୍ୱର, ରାୟପୁର ଓ କଲିକତାକୁ […]

spice-jet--1

Niharika Rout
  • Published: Thursday, 30 January 2020
  • , Updated: 30 January 2020, 08:44 AM IST

ଝାରସୁଗୁଡ଼ା:  ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ। ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ  ଆରମ୍ଭ ହେବ ଏହି ସେବା  ।SpiceJet Boing 737  ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ।

ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନ। ଏହା ପୂର୍ବରୁ ଝାରସୁଗୁଡ଼ାରୁ SpiceJetର ବିମାନ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ଚଳାଚଳ କରୁଛି। ସେହିପରି ଏଲାଏନ୍ସ ଏୟାରଲାଇନ୍ସର ବିମାନ ଭୁବନେଶ୍ୱର, ରାୟପୁର ଓ କଲିକତାକୁ ଚଳାଚଳ କରୁଛି।

Related story