ଲିଙ୍କ ପଠାଇ ଟଙ୍କା ଲୁଟିଥିଲେ, ପୁଲିସ ହାତରେ ଧରାପଡ଼ିଲେ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ସାଇବର ଠକ ଗ୍ୟାଙ୍ଗକୁ ଧରିଲା ଝାରସୁଗୁଡା ପୁଲିସ। ଏହି ଗ୍ୟାଙ୍ଗର ୩ ଜଣକୁ ପୁଲିସ ସୁନ୍ଦରଗଡ ଜିଲ୍ଲା ଲେଫରିପଡା ଥାନା ଅଞ୍ଚଳରୁ ସୋମବାର ରାତିରେ ଗିରଫ କରିଛି। ସେମାନଙ୍କଠାରୁ ୯ଟି ମୋବାଇଲ ଫୋନ ଓ ଅନ୍ୟ ଜିନିଷପତ୍ର ଜବତ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ଗିରିଡି ଅଞ୍ଚଳର ଗୁଡ୍ଡୁଲାଲ ରାଣା(୨୬), ପପ୍ପୁ ରାଣା(୩୨), ଗୋପାଲ ରାଣା(୩୪) ଓ ଚମ୍ପଟ ମାରିଥିବା ଅଭିଯୁକ୍ତ ହେଉଛନ୍ତି ବିର୍ଜୁ ରାଣା। […]

jharsuguda

Manoranjan Sial
  • Published: Tuesday, 06 April 2021
  • , Updated: 06 April 2021, 09:26 PM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ସାଇବର ଠକ ଗ୍ୟାଙ୍ଗକୁ ଧରିଲା ଝାରସୁଗୁଡା ପୁଲିସ। ଏହି ଗ୍ୟାଙ୍ଗର ୩ ଜଣକୁ ପୁଲିସ ସୁନ୍ଦରଗଡ ଜିଲ୍ଲା ଲେଫରିପଡା ଥାନା ଅଞ୍ଚଳରୁ ସୋମବାର ରାତିରେ ଗିରଫ କରିଛି। ସେମାନଙ୍କଠାରୁ ୯ଟି ମୋବାଇଲ ଫୋନ ଓ ଅନ୍ୟ ଜିନିଷପତ୍ର ଜବତ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ଗିରିଡି ଅଞ୍ଚଳର ଗୁଡ୍ଡୁଲାଲ ରାଣା(୨୬), ପପ୍ପୁ ରାଣା(୩୨), ଗୋପାଲ ରାଣା(୩୪) ଓ ଚମ୍ପଟ ମାରିଥିବା ଅଭିଯୁକ୍ତ ହେଉଛନ୍ତି ବିର୍ଜୁ ରାଣା। ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ।

ମାର୍ଚ୍ଚ ୨୨ ତାରିଖରେ ବେଲାପାହଡ ଗାନ୍ଧିନଗରରେ ରହୁଥିବା ରେଳ କର୍ମଚାରୀ ଶିବାଶିଷ କର୍ମାକରଙ୍କ ପାଖକୁ ଏକ ଫୋନ୍‌ କଲିଆସିଥିଲା। ଶ୍ରୀ କର୍ମାକର ଫୋନ୍‌ ଉଠାଇବା ପରେ ୧୯୦୦ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି ସାଇବର ଠକମାନେ କହିଥିଲେ। ଏହାପରେ ସେମାନେ ଏକ ଲିଙ୍କ ପଠାଇ କ୍ଲିକ୍‌ କରିବାକୁ କହିଥିଲେ। ସେମାନଙ୍କ କଥାକୁ ବିଶ୍ୱାସ କରି ଶିବାଶିଷ ଲିଙ୍କରେ କ୍ଲିକ୍‌ କରିବା ପରେ ଆକାଉଣ୍ଟରୁ ପ୍ରଥମେ ୧୯୦୦ ଟଙ୍କା କଟିଥିଲା। କିଛି ସମୟ ପରେ ଆଉ ୩୬,୦୦୦ ଟଙ୍କା ଆକାଉଣ୍ଟରୁ କଟି ଥିଲା। ହେଲେ କଟିଥିବା ଟଙ୍କା ଆଉ ଆକାଉଣ୍ଟରୁ ଫେରିନଥିଲା। ଗତ ୨୪ ତାରିଖ ଶ୍ରୀ କର୍ମକର ଏନେଇ ବେଲପାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ଅର୍ଥାତ ସୋମବାର ରାତିରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ତେବେ ଫେରାର ହୋଇଥିବା ଅନ୍ୟତମ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

 

Related story