ଝାରସୁଗୁଡ଼ାରେ କଂଗ୍ରେସର କ୍ଲିନ୍‌ ସୁଇପ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସ କ୍ଲିନ୍‌ ସୁଇପ୍‌ କରିଛି। ଆଜି ତୃତୀୟ ପର୍ଯ୍ୟାୟରେ ହୋଇଥିବା ୩ଟି ଯାକ ଜୋନ୍‌ରେ କଂଗ୍ରେସ ବାଜିମାତ କରିଛି। କୋଲାବିରା ଜିନ୍‌-୧ରୁ ଲିପସା ନାୟକ ବିଜୟୀ ହୋଇଛନ୍ତି। ସେହିପରି ଲଇକେରା ଜୋନ୍‌-୨ରୁ ବ୍ରଜ ସୁନାନି ଓ ୩ ନମ୍ୱର ଜୋନରୁ ଲକ୍ଷ୍ମୀନାରାୟଣ ପଟେଲ ବିଜୟୀ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ୯ଟି ଜୋନ୍‌ ରହିଛି। ଏଥିରେ ୮ଟିରେ କଂଗ୍ରେସ ଓ ଗୋଟିଏରେ ବିଜେପି ବିଜୟୀ ହୋଇଛି। ଜିଲ୍ଲାପରିଷଦ ଗଠନ ପାଇଁ କଂଗ୍ରେସ ପାଇଁ ରାସ୍ତା […]

congress

Rakesh Mallick
  • Published: Friday, 17 February 2017
  • , Updated: 18 February 2017, 08:46 AM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସ କ୍ଲିନ୍‌ ସୁଇପ୍‌ କରିଛି। ଆଜି ତୃତୀୟ ପର୍ଯ୍ୟାୟରେ ହୋଇଥିବା ୩ଟି ଯାକ ଜୋନ୍‌ରେ କଂଗ୍ରେସ ବାଜିମାତ କରିଛି। କୋଲାବିରା ଜିନ୍‌-୧ରୁ ଲିପସା ନାୟକ ବିଜୟୀ ହୋଇଛନ୍ତି। ସେହିପରି ଲଇକେରା ଜୋନ୍‌-୨ରୁ ବ୍ରଜ ସୁନାନି ଓ ୩ ନମ୍ୱର ଜୋନରୁ ଲକ୍ଷ୍ମୀନାରାୟଣ ପଟେଲ ବିଜୟୀ ହୋଇଛନ୍ତି।

ଝାରସୁଗୁଡ଼ା ଜିଲ୍ଲାରେ ୯ଟି ଜୋନ୍‌ ରହିଛି। ଏଥିରେ ୮ଟିରେ କଂଗ୍ରେସ ଓ ଗୋଟିଏରେ ବିଜେପି ବିଜୟୀ ହୋଇଛି। ଜିଲ୍ଲାପରିଷଦ ଗଠନ ପାଇଁ କଂଗ୍ରେସ ପାଇଁ ରାସ୍ତା ଖୋଲି ଯାଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସ ଦୁଇଟି ଜୋନରେ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩ଟି ଜୋନ୍‌ରେ ବିଜୟୀ ହୋଇଥିଲେ। ଏଥିସହ ଝାରସୁଗୁଡ଼ା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି।

Related story