ଜିଲ୍ଲାଗସ୍ତରୁ ଫେରିଥିବା ମନ୍ତ୍ରୀଙ୍କ ରିପୋର୍ଟରେ ରହିବନି ଅଘଟଣ କି ଚାଷୀ ମୃତ୍ୟୁ ଘଟଣା

ଭୁବନେଶ୍ୱର: ଜିଲ୍ଲାଗସ୍ତରୁ ଫେରିଥିବା ମନ୍ତ୍ରୀଙ୍କ ରିପୋର୍ଟରେ ରହିବନି ଅଘଟଣ କି ଚାଷୀ ମୃତ୍ୟୁର କଥା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲାଗସ୍ତ କରିଥିବା ମନ୍ତ୍ରୀମାନେ ପ୍ରସ୍ତୁତ କରିଥିବା ରିପୋର୍ଟର ଫେ।କସରେ ବିକାଶମୂଳକ କାମରେ କେଉଁଠି ବାଧକ ରହିଛି ଓ କେମିତି ଏହା ଦୂର ହେବ ସ ନେଇ ରିପୋର୍ଟ ଦେବେ। ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ବେଳେ ବହୁ ସ୍ଥାନରେ ବିଭ୍ରାଟ ଘଟିଥିଲା । କିଛି ମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନ ହୋଇଥିଲେ। କେଉଁଠି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ […]

sachibalaya

Rakesh Mallick
  • Published: Tuesday, 10 November 2015
  • , Updated: 10 November 2015, 04:07 PM IST

ଭୁବନେଶ୍ୱର: ଜିଲ୍ଲାଗସ୍ତରୁ ଫେରିଥିବା ମନ୍ତ୍ରୀଙ୍କ ରିପୋର୍ଟରେ ରହିବନି ଅଘଟଣ କି ଚାଷୀ ମୃତ୍ୟୁର କଥା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲାଗସ୍ତ କରିଥିବା ମନ୍ତ୍ରୀମାନେ ପ୍ରସ୍ତୁତ କରିଥିବା ରିପୋର୍ଟର ଫେ।କସରେ ବିକାଶମୂଳକ କାମରେ କେଉଁଠି ବାଧକ ରହିଛି ଓ କେମିତି ଏହା ଦୂର ହେବ ସ ନେଇ ରିପୋର୍ଟ ଦେବେ।

ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ବେଳେ ବହୁ ସ୍ଥାନରେ ବିଭ୍ରାଟ ଘଟିଥିଲା । କିଛି ମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନ ହୋଇଥିଲେ। କେଉଁଠି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ ତ କେଉଁଠି କଳାପତକା ପ୍ରଦର୍ଶନ କରାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀମାନେ ଦେବାକୁ ଥିବା ଲିଖିତ ରିପୋର୍ଟରେ ଏପରି ଅଘଟଣର କଥା ସ୍ଥାନ ପାଇବ ନାହିଁ ବୋଲି ଜଣାପଡିଛି । ଜିଲ୍ଲା ଗସ୍ତରୁ ଫେରି ପ୍ରାୟ ସବୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୌଖିକ ଭାବେ ଅନୁଭୁତି ବଖାଣିଛନ୍ତି। ଏବେ ଲିଖିତ ଭାବେ ରିପୋର୍ଟ ଦେବାର ସମୟ। କିଛି ମନ୍ତ୍ରୀ ରିପୋର୍ଟ ପ୍ରସ୍ତୁତ ବି କରିସାରିଲେଣି।  ଜିଲ୍ଲା ସ୍ତରରେ ହେଉଥିବା ବିକାଶ ମୂଳକ କାମରେ ସମସ୍ୟା କେଉଁଠି ରହିଛି ତାକୁ ଫେ।କସ କରିବେ ମନ୍ତ୍ରୀ। କାଗଜପତ୍ର ଓ ବାସ୍ତବତା ଭିତରେ ଫରକ କେତେ ତାହା ବି ରିପୋର୍ଟରେ ଉଲ୍ଲେଖ କରିବେ ମନ୍ତ୍ରୀମାନେ। ତେବେ ଏହି ଜିଲ୍ଲା ଗସ୍ତ ବେଳେ କୌଣସି ମନ୍ତ୍ରୀ ଫସଲହାନୀ ଯୋଗୁ ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ଭେଟି ନାହାନ୍ତି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ଏଥିପାଇଁ ମନ୍ତ୍ରୀମାନେ ଲୋକଙ୍କ ରୋଷର ଶିକାର ହୋଇଥିବା ସେ କହିଛନ୍ତି । ତେବେ ଏହାକୁ ଶିଳ୍ପ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଖଣ୍ଡନ କରିବା ସହ କୌଣସି ସ୍ଥାନରେ ଚାଷୀ ଓ ସାଧାରଣ ଲୋକଙ୍କ ବିରୋଧର ସମ୍ମୁଖୀନ କେହି ମନ୍ତ୍ରୀ ହୋଇ ନ ଥିବା କହିଛନ୍ତି ।

Related story