ବଢ଼ିଲା ମନ୍ତ୍ରୀଙ୍କ ଅଡୁଆ, ସାନି ତଦନ୍ତ ରିପୋର୍ଟ ମିଳିନଥିବାରୁ ଅସନ୍ତୋଷ ଝାଡ଼ିଲେ କୋର୍ଟ

ସାଲେପୁର (ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ସାନି ତଦନ୍ତ ରିପୋର୍ଟ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କଲେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ। ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳଙ୍କ କଲ୍‌ ରେକର୍ଡ ସହ ମନ୍ତ୍ରୀଙ୍କ ୨ ସହଯୋଗୀଙ୍କ  ସିଡିଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହଯୋଗୀ ବାପି ବିଶ୍ୱାଳଙ୍କ  କଲ୍‌ ରେକର୍ଡ ମଧ୍ୟ ମାଗିଛନ୍ତି ସାଲେପୁର ଜେଏମ୍‌ଏଫ୍‌ସି […]

Kulamani and Pratap

Kulamani and Pratap

Ordigital Desk
  • Published: Saturday, 20 November 2021
  • Updated: 20 November 2021, 05:57 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ସାନି ତଦନ୍ତ ରିପୋର୍ଟ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କଲେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ। ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳଙ୍କ କଲ୍‌ ରେକର୍ଡ ସହ ମନ୍ତ୍ରୀଙ୍କ ୨ ସହଯୋଗୀଙ୍କ  ସିଡିଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହଯୋଗୀ ବାପି ବିଶ୍ୱାଳଙ୍କ  କଲ୍‌ ରେକର୍ଡ ମଧ୍ୟ ମାଗିଛନ୍ତି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ।

ମାହାଙ୍ଗ ଡ଼ବଲ ମର୍ଡରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତେଲାରେ ଥିଲା। କିନ୍ତୁ ଚାର୍ଜସିଟ୍‌ରେ ୧୩ ନମ୍ବର ମୁଦାଲା ଭାବେ ଥିବା ମନ୍ତ୍ରୀଙ୍କ ନାଁକୁ ହଟାଇ ଦିଆଯାଇଥିଲା। ଏ ନେଇ  କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ। ଏହା ପରେ ଗତ ଅଗଷ୍ଟରେ ପ୍ରୋଟେଷ୍ଟ ପିଟିସନର ଶୁଣାଣୀ କରି ସେହି ମାସ ୨୫ ତାରିଖରେ ଏହାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ତଦନ୍ତ ରିପୋର୍ଟ ନମିଳିବାରୁ ଆଜି କ୍ଷୁବ୍ଧ ହୋଇଥିଲେ କୋର୍ଟ। ପୁଲିସ୍‌ ସେହି ମାମଲାର ପୁନଃ ତଦନ୍ତ କରି ରିପୋର୍ଟ ଦେଇନଥିବାରୁ କଡା ଭାଷାରେ ଭତ୍ସନା କରି ଥିବା ରମାକାନ୍ତଙ୍କ ଓକିଲ ପ୍ରବୀଣ କାନୁନଗୋ କହିଛନ୍ତି।

ଅଭିଯୋଗ ଅନୁଯାୟୀ  ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହଯୋଗୀ ତଥା  ମର୍ଡର ଘଟଣାକୁ ପରିଚାଳନା କରୁଥିବା  ବାପି ବିଶ୍ୱାଳଙ୍କ କଲ୍ ରେକର୍ଡ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ। ଏପରିକି  ମୃତ ପ୍ରଫୁଲ ବିଶ୍ୱାଳ ଓ ମାହାଙ୍ଗ  ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ  ସିଡିଆର ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏବେ ଏହି କଲ୍‌ ରେକର୍ଡ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଡ ଅଡୁଆ ସୃଷ୍ଟି କରି ପାରେ। କାରଣ ଏହି  ଘଟଣାକୁ ନେଇ ଉଭୟ  ବିରୋଧୀ ବିଜେପି ଓ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅଡି ବସିଥିବା ବେଳେ ରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି।

୨୦୨୧ ଜାନୁଆରୀ ୨ ତାରିଖରେ ସାଲେପୁରର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକ୍‌ରେ ଘରକୁ ଆସୁଥିଲେ। ଘରଠାରୁ ଅଳ୍ପ ଦୂରରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ଦିବ୍ୟସିଂହ। ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ୯ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ତଦନ୍ତ ସଠିକ୍ ଭାବେ ହୋଇନଥିବା ନେଇ ପୁଣି ଥରୋ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos