ଜଗମୋହନ ମରାମତି ପ୍ରସଙ୍ଗ:  ଆଜି ସନ୍ଧ୍ୟାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ ନେଇ ଆଜି  ସନ୍ଧ୍ୟାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ପୂର୍ବରୁ ଏଏସଆଇ ଦେଇଥିବା ରିପୋର୍ଟ ଉପରେ ଆଲୋଚନା କରାଯିବ। ସେହିଭଳି ଗତକାଲି ସଚିବାଳୟରେ ଅନୁଷ୍ଠିତ ବୈଠକରେ ଏଏସଆଇ ରଖିଥିବା ତଥ୍ୟ ଉପରେ ମଧ୍ୟ ଆଲୋଚନା କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅପରାହ୍ଣ ୫ଟାରେ ଏହି ବୈଠକ ବସିବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସୁପରିଟେଣ୍ଡିଂ […]

g

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 07:49 AM IST

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ ନେଇ ଆଜି  ସନ୍ଧ୍ୟାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ପୂର୍ବରୁ ଏଏସଆଇ ଦେଇଥିବା ରିପୋର୍ଟ ଉପରେ ଆଲୋଚନା କରାଯିବ। ସେହିଭଳି ଗତକାଲି ସଚିବାଳୟରେ ଅନୁଷ୍ଠିତ ବୈଠକରେ ଏଏସଆଇ ରଖିଥିବା ତଥ୍ୟ ଉପରେ ମଧ୍ୟ ଆଲୋଚନା କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅପରାହ୍ଣ ୫ଟାରେ ଏହି ବୈଠକ ବସିବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ, ପୁରୀ ଏସପି ପ୍ରମୁଖ ଉପସ୍ଥିତ ରହିବେ।

Related story