ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଦେବା ଦାବିରେ ରାୟଗଡ଼ାରେ ୧୨ ଘଣ୍ଟିଆ ବନ୍ଦ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ସମସ୍ତ ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ  ଦେବା ଦାବିରେ ଆଜି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପକ୍ଷରୁ ରାୟଗଡ଼ା ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ  ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏନସିପି କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ  କରିଥିଲେ। ରାୟଗଡ଼ା ଉପକଣ୍ଠରେ ଥିବା କତାପେଠା ଗ୍ରାମ ନିକଟରେ ରାଷ୍ଟ୍ରୀୟ କଂଗ୍ରେସ […]

rayagrah strike

Rakesh Mallick
  • Published: Wednesday, 17 February 2016
  • , Updated: 17 February 2016, 08:23 AM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ସମସ୍ତ ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ  ଦେବା ଦାବିରେ ଆଜି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପକ୍ଷରୁ ରାୟଗଡ଼ା ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ  ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏନସିପି କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ  କରିଥିଲେ। ରାୟଗଡ଼ା ଉପକଣ୍ଠରେ ଥିବା କତାପେଠା ଗ୍ରାମ ନିକଟରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ଶତାଧିକ ମହିଳା ସମର୍ଥକ ରାସ୍ତା ଅବରୋଧ କରିବା ଦ୍ୱାରା  ଯାନବାହାନ  ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନକାର୍ଡ ଯୋଗାଇବା ପାଇଁ ୮ଦିନ ହେବ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି କର୍ମୀ ଆମରଣ ଅନଶନ କରିଆସୁଛନ୍ତି। କିନ୍ତୁ ପ୍ରଶାସନ ତାଙ୍କର କୌଣସି  କଥା ନ ଶୁଣିବାରୁ ଆଜି ରାୟଗଡ଼ାରେ ୧୨ ଘଣ୍ଟିଆ ବନ୍ଦ କରାଯାଇଛି ବୋଲି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି  ଜିଲ୍ଲା ସଭାପତି ଶଙ୍କର ବଡ଼ିକା କହିଛନ୍ତି।

Related story