- Videos
- Odisha
- ଜେଲ୍ ଗଲେ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍ର ମୁଖ୍ୟ
ଜେଲ୍ ଗଲେ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍ର ମୁଖ୍ୟ
- Published: Saturday, 04 August 2018
- , Updated: 04 August 2018, 08:55 AM IST

ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ୍‌ କଲେଜର ମୁଖ୍ୟ ଏ. ଜନ୍‌ସେଲ୍ ରାଜାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଧର୍ମଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି।

ତାମିଲନାଡୁ ନଗରକୋଏଲରୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ଜନ୍‌ସେଲ୍‌ଙ୍କୁ ଜୁନାଗଡ଼ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା।

ସେ ସେଲଭାମ୍‌ ଏଜୁକେସ୍‌ନାଲ୍‌ ଚାରିଟେବଲ୍‌ ଟ୍ରଷ୍ଟର ମୁଖ୍ୟ ଥିଲେ। ୨୦୧୩ -୧୪ ଓ ୨୦୧୪-୧୫ ଶିକ୍ଷାବର୍ଷରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଲାଗି ଏମ୍‌ସିଆଇର ଅନୁମତି ପାଇଥିଲା ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍‌।

କଲେଜ୍‌ରେ କୌଣସି ଭିତ୍ତିଭୂମି ନ ଥିବା କଥାକୁ ଲୁଚାଇଥିଲେ କର୍ତ୍ତୃପକ୍ଷ। ଏପରିକି ମିଥ୍ୟା କାଗଜପତ୍ର ଓ ତଥ୍ୟ ଦେଇ ସେ ଏମ୍‌ସିଆଇ କର୍ତ୍ତୃପକ୍ଷଙ୍କୁ ଅନ୍ଧାରରେ ରଖିଥିଲେ। ଫଳରେ ତୃତୀୟ ବର୍ଷ ପାଠ୍ୟକ୍ରମ ପାଇଁ ଏମ୍‌ସିଆଇ ପକ୍ଷରୁ କଲେଜକୁ ଅନୁମତି ମିଳି ନ ଥିଲା।

ତୃତୀୟ ବର୍ଷ ପାଇଁ ଅନୁମତି ମିଳିବ ନାହିଁ ବୋଲି ଜାଣିବା ପରେ ମଧ୍ୟ ସେ ପିଲାଙ୍କ ଠାରୁ କ୍ୟାପିଟେସନ୍ ଫି’ ଓ କସନ୍‌ ମନି ବାବଦକୁ ବିପୁଳ ପରିମାଣର ଅର୍ଥ ଆଦାୟ କରିଥିଲେ।

ଏହାପରେ ୧୨୪ ଡାକ୍ତରୀଙ୍କ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା।