ଭବାନୀପାଟଣା (ରାଜକୁମାର ସିଂଦେବ): ଖବର ସଂଗ୍ରହ କରିବାକୁ ଯାଇ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଆଖି ବୁଜିଲେ ଯୁବ ସାମ୍ବାଦିକ । ଏଭଳି ଆଜି ଏକ ହୃଦୟ ବିଦରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ । ମୃତକ ହେଲେ ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ । ରୋହିତ ଏକ ଦୈନିକ ଖବରକାଗଜରେ ରିପୋର୍ଟର ଭାବେ କାମ କରୁଥିଲେ ।
କରଲାଖୁଣ୍ଟା ବ୍ରିଜରେ ନକ୍ସଲଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ରୋହିତ ଆଜି ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ପୋଷ୍ଟରଟି ଏକ ଗଛରେ ଲାଗିଥିବା ବେଳେ ତଥ୍ୟ ସଂଗ୍ରହ ପାଇଁ ରୋହିତ ଉକ୍ତ ଗଛ ନିକଟକୁ ଯାଇଥିଲେ। ତେବେ ହଠାତ୍ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ହିଁ ଛିଟିକି ପଡ଼ିଥିଲେ ରୋହିତ। ତାଙ୍କ ମୁହଁ ଓ ହାତ ଗୋଡ଼ ତଥା ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ରୋହିତ । ଘଟଣାସ୍ଥଳକୁ ବର୍ତ୍ତମାନ ସିଆରପିଏଫ ଓ ପୁଲିସ୍ ଛାଉଣୀ କରାଯାଇଛି । ହେଲେ ମୃତଦେହକୁ ଉଦ୍ଧାର କରାଯାଇପାରି ନାହିଁ।
ନକ୍ସଲମାନେ ଆଜି ଏହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ । ଏହାବାଦ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୁଲିସ୍ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବା ସେମାନେ ଦାବି କରିଛନ୍ତି । ଏଥିସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ଵାନ ମଧ୍ୟ ଦେଇଛନ୍ତି। ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି ।
ରୋହିତ ବିଶ୍ୱାଳଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା।
Very sad at the murder of journalist Rohit Biswal by Maoists in Odisha.
All you idealist young students & Liberals, know that leftists have killed nearly 100m people, by far the most in history.
Remember this when you hear anyone praise the Left or say Lal Salaam.
Om Shanti🙏🙏🙏 pic.twitter.com/iPVfmWaLGo— Baijayant Jay Panda (@PandaJay) February 5, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।