କରୋନା କହି ପ୍ରସୂତିଙ୍କୁ ବାହାର କରିଦେଲେ ମେଡିକାଲ କର୍ତ୍ତୃପକ୍ଷ, ମାନବିକତା ଦେଖାଇଲେ ଓଟିଭି ପ୍ରତିନିଧି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବସ ଷ୍ଟାଣ୍ଡରେ ଶିଶୁ କନ୍ୟା ଜନ୍ମ ଦେଲେ ପ୍ରସୂତି । ଫେରାଇଦେଲେ ମେଡିକାଲ କର୍ତ୍ତୃପକ୍ଷ । ବସ ଷ୍ଟାଣ୍ଡରେ ଶିଶୁ କନ୍ୟାକୁ ଜନ୍ମ ଦେଇ ଦୀର୍ଘ  4 ଘଣ୍ଟା  ପ୍ରସୂତୀ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ମାନବିକତା ଦେଖାଇଲେ ଓଟିଭି ପ୍ରତିନିଧି । ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରାଜ ସୁନାଖଳା ବସ ଷ୍ଟାଣ୍ଡର ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରସୂତୀ ଜଣକ ହେଉଛନ୍ତି ରଣପୁର ବ୍ଲକ ଗୁଣ୍ଡୁରିଆ ଗାଁର […]

8909

Tapas Behera
  • Published: Wednesday, 29 July 2020
  • , Updated: 29 July 2020, 06:35 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବସ ଷ୍ଟାଣ୍ଡରେ ଶିଶୁ କନ୍ୟା ଜନ୍ମ ଦେଲେ ପ୍ରସୂତି । ଫେରାଇଦେଲେ ମେଡିକାଲ କର୍ତ୍ତୃପକ୍ଷ । ବସ ଷ୍ଟାଣ୍ଡରେ ଶିଶୁ କନ୍ୟାକୁ ଜନ୍ମ ଦେଇ ଦୀର୍ଘ  4 ଘଣ୍ଟା  ପ୍ରସୂତୀ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ମାନବିକତା ଦେଖାଇଲେ ଓଟିଭି ପ୍ରତିନିଧି । ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରାଜ ସୁନାଖଳା ବସ ଷ୍ଟାଣ୍ଡର ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।

ପ୍ରସୂତୀ ଜଣକ ହେଉଛନ୍ତି ରଣପୁର ବ୍ଲକ ଗୁଣ୍ଡୁରିଆ ଗାଁର ହାଇଦର ଖାଁ ଙ୍କ ପତ୍ନୀ ମୟୁରୁମ ବିବି । ଗତକାଲି ଯନ୍ତ୍ରଣା ହେବାରୁ ନିଜେ ଫୋନ କରି ୧୦୨ ଆମ୍ବୁଲାନ୍ସକୁ ଡାକି ନିଜ ୧୦ ବର୍ଷ ର ଝିଅ ସହ ରାଜ ସୁନାଖଳା ମାତୃ ଶିଶୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିଲେ। ମାତ୍ର କରୋନା ହୋଇଥିବ କହି ତାଙ୍କୁ ଗତ କାଲି ରାତିରେ ମେଡିକାଲରୁ ତଡି ଦେଲେ ଷ୍ଟାଫ ନର୍ସ । ଡାକ୍ତର ବି ନ ଥିଲେ । ତେଣୁ ପ୍ରସବ ବେଦନାରେ ନିଜେ ଚାଲି ଚାଲି ବସ ଷ୍ଟାଣ୍ଡକୁ ଯାଇଥିଲେ ଏହି ପ୍ରସୂତୀ। ଆଉ ସକାଳେ ସେ  ଜନ୍ମ ଦେଇଥିଲେ ଏକ ଶିଶୁ କନ୍ୟା ।

ହେଲେ ଏହି ସମୟରେ ବିକଳ ହୋଇ ସହାୟତା ମାଗୁଥିଲେ। ମାତ୍ର ଶୁଣିବାକୁ କାହା ପାଖରେ ସମୟ ନଥିଲା । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓଟିଭିର ନୟାଗଡ଼ ପ୍ରତିନିଧି ଆର୍ତ୍ତତ୍ରାଣ ପ୍ରଧାନ ।  କାଳ ବିଳମ୍ବ ନ କରି ୧୦୮ ଆମ୍ବୁଲାନ୍ସ କୁ ଡାକି ଥିଲେ । ଆମ୍ବୁଲାନ୍ସ କର୍ମଚାରୀ କିଛି ସହାୟତା କରିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଆମ ପ୍ରତିନିଧି ଗ୍ଲୋବସ୍ ଲଗାଇ ଶିଶୁ କନ୍ୟାକୁ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ ।

Related story