ଏମ୍ସରେ ଭର୍ତ୍ତି ହେଲେ ସାଂସଦ ଜୁଏଲ ଓରାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତ ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ନିଜେ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି ଯେ, ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ସେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଓ ଏବେ ସୁସ୍ଥ ଅଛନ୍ତି। ଶ୍ରୀ ଓରାମ ଏପ୍ରିଲ ୨୪ତାରିଖରେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେ ନିଜେ ତାଙ୍କର କରୋନା ପଜେଟିଭ୍ ନେଇ ସୂଚନା ଦେବା ସହ […]

Jual Oram

Manoranjan Sial
  • Published: Monday, 26 April 2021
  • , Updated: 26 April 2021, 10:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତ ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି।

ସେ ନିଜେ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି ଯେ, ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ସେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଓ ଏବେ ସୁସ୍ଥ ଅଛନ୍ତି। ଶ୍ରୀ ଓରାମ ଏପ୍ରିଲ ୨୪ତାରିଖରେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେ ନିଜେ ତାଙ୍କର କରୋନା ପଜେଟିଭ୍ ନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଥିଲେ। ଶ୍ରୀ ଓରାମ କୋଭିଡ୍ ସଂକ୍ରମିତ ହୋଇଥିବା ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଥିଲେ।

Related story