ଯୁବତୀ ଚାଲାଣ ରୋକିବାକୁ ଅନ୍ତଃ ରାଜ୍ୟ ସମନ୍ୱୟ ସମ୍ମିଳନୀ

ଭୁବନେଶ୍ୱର: ଯୁବତୀ ଚାଲାଣ ଭଳି ଘୃଣ୍ୟ ଅପରାଧ ଉପରେ ଅଂକୁଶ ଲଗାଇବା ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ଭୁବନେଶ୍ୱରରେ ଆଜି ଏକ ଅନ୍ତଃ ରାଜ୍ୟ ସମନ୍ୱୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଚାଲାଣ ଯୁବତୀଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଯୁବତୀ ଚାଲାଣ ବହୁ ପରିମାଣରେ ରୋକାଯାଇପାରିବ । ତେବେ ଶିକ୍ଷାରେ ଉନ୍ନତି ଓ କର୍ମସଂସ୍ଥାନ ଯୋଗାଇ ଦିଆଗଲେ ଯୁବତୀ ଚାଲାଣ […]

j

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 03:58 PM IST

ଭୁବନେଶ୍ୱର: ଯୁବତୀ ଚାଲାଣ ଭଳି ଘୃଣ୍ୟ ଅପରାଧ ଉପରେ ଅଂକୁଶ ଲଗାଇବା ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ଭୁବନେଶ୍ୱରରେ ଆଜି ଏକ ଅନ୍ତଃ ରାଜ୍ୟ ସମନ୍ୱୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଚାଲାଣ ଯୁବତୀଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଯୁବତୀ ଚାଲାଣ ବହୁ ପରିମାଣରେ ରୋକାଯାଇପାରିବ । ତେବେ ଶିକ୍ଷାରେ ଉନ୍ନତି ଓ କର୍ମସଂସ୍ଥାନ ଯୋଗାଇ ଦିଆଗଲେ ଯୁବତୀ ଚାଲାଣ ଭଳି ସାମାଜିକ ବ୍ୟାଧି ଆପେ ଦୂର ହୋଇଯିବ ବୋଲି ମତ ପ୍ରକାଶ ପାଇଛି । ବିଶେଷ କରି ଓଡିଶା, ଛତିଶଗଡ, ଝାହଖଣ୍ଡ ଭଳି ରାଜ୍ୟରୁ ଗରିବ ଯୁବତୀମାନଙ୍କୁ କାମ ଯୋଗାଇ ଦେବାକୁ ବିଭିନ୍ନ ରାଜ୍ୟକୁ ନିଆଯାଉଛି । ସେଠାରେ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯିବା ବଦଳରେ ଅନ୍ୟ କାମରେ ନିୟୋଜିତ କରାଯାଉଛି। ଏହାସହ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି ।

Related story