ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ଜାରି: ଜୁନ ୮ରୁ ଆବେଦନ

ଭୁବନେଶ୍ୱର: ଯୁକ୍ତଦୁଇ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁନ୍ ୮ରୁ ଛାତ୍ରଛାତ୍ରୀ ଆଡମିଶନ୍ ପାଇଁ ଆବେଦନ କରିପାରିବେ। ଉଭୟ ଅନଲାଇନ୍ ଓ ଅଫଲାଇନରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅନଲାଇନ ପାଇଁ ଶେଷ ତାରିଖ ରହିଛି ଜୁନ୍ ୨୨ ଓ ଅଫଲାଇନ୍ ପାଇଁ ଶେଷ ତାରିଖ ଜୁନ୍ ୨୩। ଜୁଲାଇ ୧ରେ ପ୍ରକାଶ ପାଇବ ପ୍ରଥମ କଟ୍ ଅଫ୍ ତାଲିକା। ସେହିପରି ପ୍ରଥମ ପର୍ଯ୍ୟାୟ ଆଡମିଶନ ପାଇଁ ଜୁଲାଇ ୪ରୁ ୮ […]

CHSE-Odisha

Rakesh Mallick
  • Published: Thursday, 28 May 2015
  • , Updated: 28 May 2015, 02:30 PM IST

ଭୁବନେଶ୍ୱର: ଯୁକ୍ତଦୁଇ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁନ୍ ୮ରୁ ଛାତ୍ରଛାତ୍ରୀ ଆଡମିଶନ୍ ପାଇଁ ଆବେଦନ କରିପାରିବେ। ଉଭୟ ଅନଲାଇନ୍ ଓ ଅଫଲାଇନରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅନଲାଇନ ପାଇଁ ଶେଷ ତାରିଖ ରହିଛି ଜୁନ୍ ୨୨ ଓ ଅଫଲାଇନ୍ ପାଇଁ ଶେଷ ତାରିଖ ଜୁନ୍ ୨୩। ଜୁଲାଇ ୧ରେ ପ୍ରକାଶ ପାଇବ ପ୍ରଥମ କଟ୍ ଅଫ୍ ତାଲିକା। ସେହିପରି ପ୍ରଥମ ପର୍ଯ୍ୟାୟ ଆଡମିଶନ ପାଇଁ ଜୁଲାଇ ୪ରୁ ୮ ମଧ୍ୟରେ ହେବ।  ଜୁଲାଇ ୧୩ରେ ଦ୍ୱିତୀୟ ପର୍ଯ୍ୟାୟ କଟ୍ଅଫ୍ ମାର୍କ ଘୋଷଣା ହେବ। ଜୁଲାଇ ୧୫ରୁ ୧୭ ମଧ୍ୟରେ ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ କରିପାରିବେ। ନାମଲେଖା ପ୍ରକ୍ରିୟା ସରିବା ପରେ ଜୁଲାଇ ୩୦ରୁ କ୍ଲାସ୍ ଆରମ୍ଭ ହେବ।

Related story