ଆଇନ ଶୃଙ୍ଖଳା ପ୍ରସଙ୍ଗ: ଜୁଲାଇ ୬ ତାରିଖ ସୁଦ୍ଧା ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବେ ସରକାର

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ନିୟମିତ ସମୀକ୍ଷା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାର ଦୁଇ ଦିନ ପରେ ଶନିବାର ଗୃହ ବିଭାଗ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଚାରିଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି କମିଟିରେ ପୋଲିସ୍ ମହାନିର୍ଦ୍ଦେଶକ (ଡିଜି), କ୍ରାଇମବ୍ରାଞ୍ଚର ଏଡିଜି, […]

lalitadas

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 04:53 PM IST

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ନିୟମିତ ସମୀକ୍ଷା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାର ଦୁଇ ଦିନ ପରେ ଶନିବାର ଗୃହ ବିଭାଗ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଚାରିଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି କମିଟିରେ ପୋଲିସ୍ ମହାନିର୍ଦ୍ଦେଶକ (ଡିଜି), କ୍ରାଇମବ୍ରାଞ୍ଚର ଏଡିଜି, ପୋଲିସ୍ କମିଶନର, ଏସିପି ଓ ଡିସିପି ରହିବେ। ସେହିପରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ଡିଜିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ। ପୋଲିସ୍ ଅଧିକାରୀମାନଙ୍କ ବିରୁଦ୍ଧରେ ଆସୁଥିବା ଅଭିଯୋଗ ଗୁଡ଼ିକ ସଂପର୍କରେ ଏହି କମିଟି ବିଚାର କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଲଳିତ ଦାସ ଏହି ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ସହରାଞ୍ଚଳର ଥାନାଗୁଡ଼ିକରେ ଆଇଆଇସି ନିଯୁକ୍ତି ନେଇ ଏକ କମିଟି ଗଠନ କରାଯିବ। ପୋଲିସ୍ ଡିଜି ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯିବ। ଏହି କମିଟି ଏନେଇ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିବେ। ଏହି ଗାଇଡଲାଇନ ରାଜ୍ୟ ଗୃହ ବିଭାଗର ଅନୁମୋଦନ ପାଇବା ପରେ ସେହି ଆଧାରରେ ସହରାଞ୍ଚଳ ଥାନା ଗୁଡ଼ିକରେ ଆଇଆଇସି ମାନଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ସହରାଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ରାତି ଦଶଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପୋଲିସ୍ ଚେକିଂ ହେବ। ସିସିଟିଭି ଓ ନାକାବନ୍ଦୀ କରି ଚେକିଂ କରାଯିବ। ଜୁଲାଇ ୬ ତାରିଖ ପୂର୍ବରୁ ଏସବୁ କାର୍ଯ୍ୟକାରୀ କରାଯିବ।

ସୂଚନାଯୋଗ୍ୟ, କଟକ ସିଡିଏସ୍ଥିତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପି.କେ ମହାନ୍ତିଙ୍କ ଘରୁ ଚୋରି ଘଟଣାକୁ ନେଇ ହାଇକୋର୍ଟରେ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନିୟମିତ ଭାବେ ସମୀକ୍ଷା କରିବାକୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ସମସ୍ତ ସହରାଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରିବାକୁ କହିଥିଲେ। ଏପରିକି ଏହି ଡକାୟତି ଘଟଣା ପାଇଁ ପୋଲିସର ଅପାରଗତାକୁ ଦାୟୀ କରି ମର୍କତନଗର  ଥାନା ଅଧିକାରୀଙ୍କୁ ୭ ଦିନ ମଧ୍ୟରେ ଅନ୍ୟତ୍ର ବଦଳି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲା। ଏହି ଆଇନ ଶୃଙ୍ଖଳା ମାମଲାରେ ହାଇକୋର୍ଟ ଜୁଲାଇ ୬ରେ ପରବର୍ତ୍ତୀ ଶୁଣାଣି କରିବେ।

Related story