ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ଯୁବ କଂଗ୍ରେସ କର୍ମୀଙ୍କ କଳାପତାକା ପ୍ରଦର୍ଶନ

ଧର୍ମଗଡ: ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଯୁବ କଂଗ୍ରେସ କର୍ମୀଙ୍କ ବିରୋଧ। ଆଜି ସେ କଣ୍ଟାମାଳରୁ ଲେଟେରୁ ପର୍ଯ୍ୟନ୍ତ ପଦଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୁହୁରାଠାରେ ତାଙ୍କୁ ୫୦ରୁ ଊର୍ଦ୍ଧ୍ୱ ଯୁବ କଂଗ୍ରେସ କର୍ମୀ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ କିଛି ସମୟ ପାଇଁ ସେ ପଦଯାତ୍ରା ବନ୍ଦ ରଖିଥିଲେ। ଅବଶ୍ୟ ପରେ ସେ ମହାବୀର କଲେଜରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗତ ୨ ତାରିଖରେ ଆଇନ ମନ୍ତ୍ରୀ ଅରୁଣ […]

junagada

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 08:50 AM IST

ଧର୍ମଗଡ: ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଯୁବ କଂଗ୍ରେସ କର୍ମୀଙ୍କ ବିରୋଧ। ଆଜି ସେ କଣ୍ଟାମାଳରୁ ଲେଟେରୁ ପର୍ଯ୍ୟନ୍ତ ପଦଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୁହୁରାଠାରେ ତାଙ୍କୁ ୫୦ରୁ ଊର୍ଦ୍ଧ୍ୱ ଯୁବ କଂଗ୍ରେସ କର୍ମୀ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ କିଛି ସମୟ ପାଇଁ ସେ ପଦଯାତ୍ରା ବନ୍ଦ ରଖିଥିଲେ। ଅବଶ୍ୟ ପରେ ସେ ମହାବୀର କଲେଜରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଗତ ୨ ତାରିଖରେ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କୁ ଭବାନୀପାଟଣାରେ ଜନସଂପର୍କ ପଦଯାତ୍ରା ବେଳେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇଥିଲେ।  ଜାରିଙ୍ଗସ୍ଥିତ ସର୍ଦ୍ଦାର ରାଜା ମେଡିକାଲ୍ କଲେଜ ପ୍ରସଙ୍ଗରେ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ଥିଲେ। ଅନିଶ୍ଚିତତା ମଧ୍ୟରେ ରହିଥିବା ଏହି ମେଡିକାଲ କଲେଜକୁ ସରକାର ନିଜ ହାତକୁ ନନେବା ନେଇ ଦଳୀୟ କର୍ମୀମାନେ ତାଙ୍କୁ କଳାପତାକା ଦେଖାଇଥିଲେ।

Related story