ଜୁନ୍‌ ସୁଦ୍ଧା ଶେଷ ହେବ ଜଗମୋହନ ମରାମତି କାମ

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଆସନ୍ତାବର୍ଷ ଜୁନ୍‌ ସୁଦ୍ଧା ଶେଷ ହେବ। ଏଥିପାଇଁ ଚୂଡ଼ାନ୍ତ ଡିଜାଇନ୍‌ ଚେନ୍ନାଇ ଆଇଆଇଟି ପ୍ରଦାନ କରିଛି। ଜଗମୋହନ ମରାମତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣିରେ ଏଏସ୍‌ଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଏହା ଦର୍ଶାଯାଇଛି। ଆଜି ଶୁଣାଣି ବେଳେ ଏଏସ୍‌ଆଇର ଅଧୀକ୍ଷକ ଉପସ୍ଥିତ ରହି ଅଦାଲତକୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ କରାଇ ଥିଲେ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ ହୋଇ ନାହିଁ। ଆସନ୍ତା ୨୧ ତାରିଖ ସୁଦ୍ଧା […]

jagannath-temple

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 07:42 PM IST

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଆସନ୍ତାବର୍ଷ ଜୁନ୍‌ ସୁଦ୍ଧା ଶେଷ ହେବ। ଏଥିପାଇଁ ଚୂଡ଼ାନ୍ତ ଡିଜାଇନ୍‌ ଚେନ୍ନାଇ ଆଇଆଇଟି ପ୍ରଦାନ କରିଛି। ଜଗମୋହନ ମରାମତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣିରେ ଏଏସ୍‌ଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଏହା ଦର୍ଶାଯାଇଛି।

ଆଜି ଶୁଣାଣି ବେଳେ ଏଏସ୍‌ଆଇର ଅଧୀକ୍ଷକ ଉପସ୍ଥିତ ରହି ଅଦାଲତକୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ କରାଇ ଥିଲେ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ ହୋଇ ନାହିଁ। ଆସନ୍ତା ୨୧ ତାରିଖ ସୁଦ୍ଧା ଜଗମୋହନ କାମର  ଅଗ୍ରଗତି ନେଇ ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Related story