ଜୁନ ସୁଦ୍ଧା ପାରଦୀପରେ କାର୍ଯ୍ୟକ୍ଷମ ହେବ ପାଣିପାଗ ବିଭାଗର ଡପ୍ଲାର ରାଡ଼ାର

ଭୁବନେଶ୍ୱର: ଜୁନ ମାସ ସୁଦ୍ଧା ପାରାଦୀପରେ ଓ ଦୁଇମାସ ମଧ୍ୟରେ ଗୋପାଳପୁରରେ ପାଣିପାଗ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଡପ୍ଲାର ରାଡ଼ାର କାର୍ଯ୍ୟକ୍ଷମ ହେବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓ ସାମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ବୈଠକରେ ଏ ନେଇ ଆଲୋଚନା ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ କରିଥିବା ପ୍ରସ୍ତୁତି ସମ୍ପର୍କରେ ଅବଗତ କରିଥିଲେ । […]

src

Rakesh Mallick
  • Published: Saturday, 13 June 2015
  • , Updated: 13 June 2015, 02:05 AM IST

ଭୁବନେଶ୍ୱର: ଜୁନ ମାସ ସୁଦ୍ଧା ପାରାଦୀପରେ ଓ ଦୁଇମାସ ମଧ୍ୟରେ ଗୋପାଳପୁରରେ ପାଣିପାଗ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଡପ୍ଲାର ରାଡ଼ାର କାର୍ଯ୍ୟକ୍ଷମ ହେବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓ ସାମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ବୈଠକରେ ଏ ନେଇ ଆଲୋଚନା ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ କରିଥିବା ପ୍ରସ୍ତୁତି ସମ୍ପର୍କରେ ଅବଗତ କରିଥିଲେ । ପ୍ରସ୍ତୁତି ମୁତାବକ ଏନଡିଆରଏଫ ଏକ ଟିମ ଏବେଠାରୁ ବାଲେଶ୍ୱରରେ ପ୍ରସ୍ତୁତ ହୋଇ ରହିଛି । ଅନ୍ୟ ୧୦ଟି ଟିମ ମୁଣ୍ଡଳିସ୍ଥିତ ବାଟାଲିୟନରେ ରହିଛି । ସେହିଭଳି ସମସ୍ତ ବିଭାଗରେ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ବନ୍ୟା ସମ୍ପର୍କିତ ଖବର ରଖିବା ପାଇଁ ଦାୟିତ୍ୱ ଦେବା ଉପରେ କମିଶନର ଗୁରୁତ୍ୱ ଦେଇଛନ୍ତି । ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ସମୀକ୍ଷା କରିବେ ବୋଲି ଜଣାପଡିଛି ।

Related story