ଜଙ୍ଗଲ ପ୍ରେମରେ ଯୁବ ଇଞ୍ଜିନିୟର

ପାରାଦୀପ (ରମାକାନ୍ତ ନାୟକ): ସେ ଜଣେ ଇଞ୍ଜିନିୟର। କିନ୍ତୁ ଭଲ ପାଆନ୍ତି ପ୍ରକୃତି ଓ ପରିବେଶକୁ। ପ୍ରେମ କରନ୍ତି ଗଛକୁ। ଆଉ ସୃଷ୍ଟି କରୁଛନ୍ତି ନୂଆନୂଆ ଜଙ୍ଗଲ। ସେଥିପାଇଁ ସେ ବିବାହ କରିନାହାନ୍ତି କି ଘର ସଂସାର କରିବାକୁ ଯୋଜନା ମଧ୍ୟ ରଖି ନାହାନ୍ତି। ଅତ୍ୟନ୍ତ ସରଳ ଜୀବନଯାପନ କରୁଥିବା ସେହି ମଣିଷ ହେଉଛନ୍ତି ପାରାଦୀପ ବନ୍ଦରରେ କାର୍ଯ୍ୟରତ ସହକାରୀ ଇଞ୍ଜିନିୟର ଅମରେଶ ନରେଶ ସାମନ୍ତ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱାଳି ଗାଁର ଅମରେଶ […]

jangal

Manoranjan Sial
  • Published: Thursday, 31 December 2020
  • , Updated: 31 December 2020, 04:58 PM IST

ପାରାଦୀପ (ରମାକାନ୍ତ ନାୟକ): ସେ ଜଣେ ଇଞ୍ଜିନିୟର। କିନ୍ତୁ ଭଲ ପାଆନ୍ତି ପ୍ରକୃତି ଓ ପରିବେଶକୁ। ପ୍ରେମ କରନ୍ତି ଗଛକୁ। ଆଉ ସୃଷ୍ଟି କରୁଛନ୍ତି ନୂଆନୂଆ ଜଙ୍ଗଲ। ସେଥିପାଇଁ ସେ ବିବାହ କରିନାହାନ୍ତି କି ଘର ସଂସାର କରିବାକୁ ଯୋଜନା ମଧ୍ୟ ରଖି ନାହାନ୍ତି। ଅତ୍ୟନ୍ତ ସରଳ ଜୀବନଯାପନ କରୁଥିବା ସେହି ମଣିଷ ହେଉଛନ୍ତି ପାରାଦୀପ ବନ୍ଦରରେ କାର୍ଯ୍ୟରତ ସହକାରୀ ଇଞ୍ଜିନିୟର ଅମରେଶ ନରେଶ ସାମନ୍ତ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱାଳି ଗାଁର ଅମରେଶ ସାମନ୍ତ। ଇଞ୍ଜିନିୟରିଂ ପାସ କରିବା ପରେ ପାରାଦୀପ ପୋର୍ଟରେ ସହକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ଭଲ ଦରମା ମଧ୍ୟ ପାଉଛନ୍ତି। ହେଲେ ତାଙ୍କ ମନ କିନ୍ତୁ ପରିବେଶ ପାଇଁ କାନ୍ଦୁଛି। ୧୯୯୯ ମହାବାତ୍ୟାରେ ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଉଜୁଡ଼ି ଯାଇଥିବା ସବୁଜିମା ପରିବେଶ ତାଙ୍କୁ ଅସ୍ଥିର କରିଥିଲା। ସେଥିପାଇଁ ଉଜୁଡ଼ି ଯାଇଥିବା ସବୁଜିମାକୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ଅମରେଶ। ସେ ପାରାଦୀପଗଡ଼, ବିଶ୍ୱାଳି, କୋଠି, ଲୁଣୁକୁଆ ଓ ପଡ଼ୋଶୀ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାରେ ସୃଷ୍ଟି କରିଛନ୍ତି ୨୦ଟି ଗ୍ରାମ୍ୟ ଜଙ୍ଗଲ। ସେ ଖାଲି ଜଙ୍ଗଲ ସୃଷ୍ଟି କରିନାହାନ୍ତି, ବରଂ ଜଙ୍ଗଲରେ ଚଢେଇଙ୍କ ପାଇଁ ବସା ଓ ଖାଦ୍ୟ ପାନୀୟ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଆଉ ଗଢ଼ିଛନ୍ତି ‘ବାବା ବାଲୁକେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ’। ଏହି ସଂସ୍ଥାରେ ସ୍ଥାନୀୟ ଯୁବକମାନଙ୍କୁ ସାମିଲ୍‌ କରାଇ ସେ ପରିବେଶ ସୁରକ୍ଷାକୁ ଏକ ଆନ୍ଦୋଳନରେ ପରିଣିତ କରିଛନ୍ତି। ଏଥିପାଇଁ ସେ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଓ ପାରାଦୀପ ପୋର୍ଟ ତଥା ବିଭିନ୍ନ ଅନୁଷ୍ଠାନଠାରୁ ପାଇଛନ୍ତି ପ୍ରକୃତିବନ୍ଧୁ, ପ୍ରକୃତିମିତ୍ର, ବିଜୁ ପଟ୍ଟନାୟକ ୱାଇଲଡ୍‌ ଲାଇଫ୍‌ ଆୱାର୍ଡ, ବେଷ୍ଟ ସୋସିଆଲ୍‌ ଅର୍ଗାନାଇଜେସନ୍‌-୨୦୧୭, କଳିଙ୍ଗଶ୍ରୀ ଆୱାଡ, ଗାନ୍ଧୀ-ବିନୋବା ଆୱାଡ ଭଳି ଅନେକ ପୁରସ୍କାର ପାଇଛନ୍ତି।

ବର୍ଷକ ତଳେ ଅପରେଶ ୭୧୫ କିଲୋମିଟର ସାଇକେଲ୍‌ ଯାତ୍ରା କରି ୮ଟି ଜିଲ୍ଲା ପରିଭ୍ରମଣ କରିଥିଲେ। ଏହି ସମୟରେ ସେ ୩ଟି ବାୟୋ ଡାଇଭର୍ସିଟି ଅଞ୍ଚଳର ୬୦ଟିର ପରିବେଶବିତ, ପରିବେଶ ବିଜ୍ଞାନୀ, ପ୍ରଶାସନିକ ଅଧିକାରୀ, ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଭେଟି ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥିଲେ।

ଏବେ ତାଙ୍କ ଦ୍ୱାରା ପାରାଦୀପ ଅଂଚଳରୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁବକମାନେ ଅନୁପ୍ରାଣିତ ହୋଇଛନ୍ତି। ପାରାଦୀପ ଭଳି ପରିବେଶ ପ୍ରଦୂଷିତ ଅଞ୍ଚଳରେ ପରିବେଶ ସୁରକ୍ଷାକୁ ନେଇ ତାଙ୍କର ଅଭିଯାନ ଜାରି ରହିଛି।

Related story