କାମାକ୍ଷାନଗର (ବିଦ୍ୟାଧର ବରାଳ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କନିଷ୍ଠ କିରାଣି। ତାଙ୍କ ନାଁ ଜୀବନାନନ୍ଦ ଶତପଥୀ। ସେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ୍ରେ କାର୍ଯ୍ୟ କରନ୍ତି।
କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ସ୍ଥିତ ସିଦ୍ଧାଶ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକଙ୍କ ଠାରୁ ବିଦ୍ୟାଳୟର ଏରିଅର ବିଲ୍ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜୀବନାନନ୍ଦ। ସେ ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।
ଗତ ମାସ ୬ ତାରିଖରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜଣେ ଶିକ୍ଷୟିତ୍ରୀଙ୍କର ମେଡିକାଲ ବିଲ୍ କରେଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।
ବିଇଓ ଅଫିସ୍ ଗୁଡ଼ିକରେ ଏଭଳି ଘଟଣା ଘଟୁଥିବା ବେଳେ ଶିକ୍ଷା ବିଭାଗ ଏହାକୁ ଗୁରୁତ୍ୱ ଦେଇ ଠୋସ୍ ବ୍ୟବସ୍ଥା କରିବା ଉଚିତ୍ ବୋଲି ଦାବି ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ଦୁଇ ଦିନ ହେଲା ନିଖୋଜ ଥିଲେ
ଯୁବକଜଣକ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି।
Events & Festivals
ଗଙ୍ଗା ସାଗର ମେଳା ଆରମ୍ଭ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମ ସ୍ଥଳରେ ଆରମ୍ଭ ହୋଇଛି ଗଙ୍ଗା ସାଗର ମେଳା ।
Events & Festivals
ଆଜି ପୌଷ ପୂର୍ଣ୍ଣିମା, ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ଆଜି ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସୁନା ବେଶ ବା ରାଜ ରାଜେଶ୍ୱର ବେଶରେ ବିଭୂଷିତ ହେବେ।
Science & Environment
ମନ ଜିଣିଥିଲା ମହେନ୍ଦ୍ର, ୬୬ ବର୍ଷରେ ଆଖି ବୁଜିଲା
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ତା’ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିଲା।
Crime
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍
ଶ୍ରୀମନ୍ଦିର ପରିସର କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍ ହୋଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି ଗୌରବ କୁମାର ସାହୁ ନାମକ ଯୁବକ।