କାଲି ଶପଥ ନେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ନବ ନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଆସନ୍ତାକାଲି ଶପଥ ନେବେ। ସକାଳ ୧୦ଟା ବେଳେ ହାଇକୋର୍ଟ ପରିସରରେ ହେବ ଶପଥ ଗ୍ରହଣ ସମାରୋହ। ଆଜି ଜଷ୍ଟିସ୍‌ ମୁରଲୀଧର ଓଡ଼ିଶାରେ ପହଞ୍ଚିବା ପରେ ବିମାନବନ୍ଦରରୁ ଏକ କାରକେଡ୍‌ ଯୋଗେ ରାଜ୍ୟ ଅତିଥିଭବନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିବା […]

muralidhar

Manoranjan Sial
  • Published: Sunday, 03 January 2021
  • , Updated: 04 January 2021, 07:20 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ନବ ନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଆସନ୍ତାକାଲି ଶପଥ ନେବେ। ସକାଳ ୧୦ଟା ବେଳେ ହାଇକୋର୍ଟ ପରିସରରେ ହେବ ଶପଥ ଗ୍ରହଣ ସମାରୋହ।

ଆଜି ଜଷ୍ଟିସ୍‌ ମୁରଲୀଧର ଓଡ଼ିଶାରେ ପହଞ୍ଚିବା ପରେ ବିମାନବନ୍ଦରରୁ ଏକ କାରକେଡ୍‌ ଯୋଗେ ରାଜ୍ୟ ଅତିଥିଭବନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା।

ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିବା ଜଷ୍ଟିସ ମୁରଲୀଧରଙ୍କୁ କିଛି ଦିନ ତଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଜଷ୍ଟିସ ମୁରଲୀଧର ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ।

 

Related story