ଯୁକ୍ତ ୩ରେ ନାମ ଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆଜିଠାରୁ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ରେ ଆବେଦନର ଶେଷ ତାରିଖ ଜୁଲାଇ ୪ ତାରିଖ ରହିଛି। ସେହିପରି  ଅଫ୍‌ଲାଇନ୍‌ରେ  ଶେଷ ତାରିଖ ଜୁଲାଇ ୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଜୁଲାଇ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ସିଲେକ୍ସନ ହୋଇଥିବେ ସେମାନେ ୧୫ରୁ ୨୦ ଜୁଲାଇ ମଧ୍ୟରେ ନାମ ଲେଖାଇ ପାରିବେ। ୩ଟି ପର୍ଯ୍ୟାୟରେ ସିଲେକ୍ସନ […]

+3-exam-

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 11:17 AM IST

ଭୁବନେଶ୍ୱର: ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆଜିଠାରୁ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ରେ ଆବେଦନର ଶେଷ ତାରିଖ ଜୁଲାଇ ୪ ତାରିଖ ରହିଛି। ସେହିପରି  ଅଫ୍‌ଲାଇନ୍‌ରେ  ଶେଷ ତାରିଖ ଜୁଲାଇ ୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଜୁଲାଇ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ସିଲେକ୍ସନ ହୋଇଥିବେ ସେମାନେ ୧୫ରୁ ୨୦ ଜୁଲାଇ ମଧ୍ୟରେ ନାମ ଲେଖାଇ ପାରିବେ। ୩ଟି ପର୍ଯ୍ୟାୟରେ ସିଲେକ୍ସନ ପରେ ଅଗଷ୍ଟ ୧୧ ତାରିଖରୁ କଲେଜ ଗୁଡ଼ିକରେ କ୍ଲାସ ଆରମ୍ଭ ହେବ।

Related story