ରକ୍ତ ସମ୍ପର୍କରେ କଳଙ୍କ: ଝିଆରିକୁ ଦୁଷ୍କର୍ମ କଲା ଦାଦା

ବାଲିଗୁଡ଼ା (ଅଜିତ ନାୟକ): ରକ୍ତ ସମ୍ପର୍କରେ କଳଙ୍କ। ଭୁଲିଗଲା ହିତାହିତ ଜ୍ଞାନ। ନିଜ ରକ୍ତର ଝିଆରିକୁ ଦୁଷ୍କର୍ମ କଲା ଦାଦା! ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନିଛାଟିଆ ଦେଖି ଦାଦା ପାଲଟିଗଲା ଯୌନ ରାକ୍ଷସ। ଦେହର ଭୋକ ମେଣ୍ଟାଇବାକୁ ଝିଆରିର ଡ୍ରେସ ଚିରି ପକାଇଲା। ତା’ପରେ ଝୁଣି ଖାଇଗଲା! ଆଜି ଏପରି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦାଦାକୁ ଗିରଫ କରି ଘଟଣାର […]

naukri

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 06:22 PM IST

ବାଲିଗୁଡ଼ା (ଅଜିତ ନାୟକ): ରକ୍ତ ସମ୍ପର୍କରେ କଳଙ୍କ। ଭୁଲିଗଲା ହିତାହିତ ଜ୍ଞାନ। ନିଜ ରକ୍ତର ଝିଆରିକୁ ଦୁଷ୍କର୍ମ କଲା ଦାଦା! ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନିଛାଟିଆ ଦେଖି ଦାଦା ପାଲଟିଗଲା ଯୌନ ରାକ୍ଷସ। ଦେହର ଭୋକ ମେଣ୍ଟାଇବାକୁ ଝିଆରିର ଡ୍ରେସ ଚିରି ପକାଇଲା। ତା’ପରେ ଝୁଣି ଖାଇଗଲା! ଆଜି ଏପରି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦାଦାକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ ୨୪ ତାରିଖରେ ଯୁବତୀ ଜଣକ ଖଡଗ ନଦୀକୁ ଗାଧୋଇବାକୁ ଯାଉଥିଲେ। ନିଛାଟିଆ ରାସ୍ତାରେ ଝିଆରିକୁ ଏକୁଟିଆ ପାଇ ଦାଦା ରାକ୍ଷସ ପାଲଟି ଗଲା। ରକ୍ତ ସମ୍ପର୍କକୁ ଭୁଲି ଝିଆରିର ଡ୍ରେସ୍‌ ଚିରି ପକାଇଲା। ଯେତେ ନେହୁରା ହୋଇନଥିଲେ ମଧ୍ୟ ଶୁଣିନଥିଲା। ତା’ପରେ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଯୁବତୀ ଜଣକ ସଂଜ୍ଞା ହରାଇଥିଲେ। ତା’ପରେ ଅଭିଯୁକ୍ତ ଦାଦା ସେଠାରୁ ଚମ୍ପଟ ମାରିଥିଲା।

ଗାଁ ଲୋକଙ୍କଠାରୁ ଖବର ପାଇ ପରିବାର ଲୋକେ ଯୁବତୀଙ୍କୁ ଉଦ୍ଧାର କରି ବାଲିଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଯୁବତୀଙ୍କ ଦେହ ସାମାନ୍ୟ ସୁସ୍ଥ ହେବା ପରେ ଗତକାଲି ଏନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି କ.ନୂଆଗାଁ ଥାନା ପୋଲିସ ଅଭିଯୁକ୍ତ ଦାଦାଙ୍କୁ ଗିରଫ କରିଛି। ଏପରିକି ପୀଡ଼ିତାଙ୍କ ଡାକ୍ତରିମାଇନା କରିଛି।

Related story