ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଜଖମ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ୨୦ରୁ ଅଧିକ ଅପରାଧରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଏନ୍‌କାଉଣ୍ଟରରେ ଜଖମ ହୋଇଛି। ତାଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି। ନୟାଗଡ଼ ଟାଉନ୍‌ ଥାନା ପୋଲିସ ତା’ଠାରୁ ଗୋଟିଏ ପିସ୍ତଲ ଓ ୪ଟି ଜୀବନ୍ତ ଗୁଳି ଜବତ କରିଛି। ଗତକାଲି ବିଳମ୍ୱିତ ରାତିରେ ସୋଲାପଟା-ଦରପଦା ରାସ୍ତାରେ କାବୁଲି ଯାଉଥିଲା। ଏ ସମ୍ପର୍କରେ ନୟାଗଡ଼ ଥାନା ପୋଲିସ୍‌ ଜାଣିପାରି ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ମାତ୍ର ସେ ପୋଲିସ ଉପରକୁ ଗୁଳି […]

police encounter in nayagardh

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 08:06 AM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ୨୦ରୁ ଅଧିକ ଅପରାଧରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଏନ୍‌କାଉଣ୍ଟରରେ ଜଖମ ହୋଇଛି। ତାଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି। ନୟାଗଡ଼ ଟାଉନ୍‌ ଥାନା ପୋଲିସ ତା’ଠାରୁ ଗୋଟିଏ ପିସ୍ତଲ ଓ ୪ଟି ଜୀବନ୍ତ ଗୁଳି ଜବତ କରିଛି।

ଗତକାଲି ବିଳମ୍ୱିତ ରାତିରେ ସୋଲାପଟା-ଦରପଦା ରାସ୍ତାରେ କାବୁଲି ଯାଉଥିଲା। ଏ ସମ୍ପର୍କରେ ନୟାଗଡ଼ ଥାନା ପୋଲିସ୍‌ ଜାଣିପାରି ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ମାତ୍ର ସେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା। ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇ ଥିଲା। ଫଳରେ କାବୁଲିର ଡାହାଣ ଗୋଡ଼ରେ ବାଜିଛି ଗୁଳି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାବୁଲି ନାଁରେ ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ହାଇଦର ଗ୍ୟାଙ୍ଗ ସହିତ ତାଙ୍କର ଅପରାଧୀ ସମ୍ପର୍କ ଥିବା ଜିଲ୍ଲା ପୋଲିସ କହିଛି।

Related story