ଦ୍ୱିତୀୟ ଦିନରେ କଳାହାଣ୍ଡି ବନ୍ଦ

କଳାହାଣ୍ଡି:  କଳାହାଣ୍ଡି ଜିଲ୍ଳା ଜାରିଂ ସ୍ଥିତ ରାଜା ମେଡ଼ିକାଲ୍ କଲେଜକୁ ସରକାରୀ ମାନ୍ୟତା ଦାବି ନେଇ ଜାରି ରହିଥିବା କଳାହାଣ୍ଡି ବନ୍ଦ ପାଳନର ଆଜି ଦ୍ୱିତୀୟ ଦିନ। ଆଜି କଳାହାଣ୍ଡି ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ଯାନବାହନ ଚଳାଚଳକୁ ବନ୍ଦ ରଖିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ରହିଛି। ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସମେତ ଜିଲ୍ଲା ଓକିଲ ସଂଘ, ଘରୋଇ ବସ୍ ମାଲିକ ସଂଘ, ବଣିକ […]

bandh

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 12:45 PM IST

କଳାହାଣ୍ଡି:  କଳାହାଣ୍ଡି ଜିଲ୍ଳା ଜାରିଂ ସ୍ଥିତ ରାଜା ମେଡ଼ିକାଲ୍ କଲେଜକୁ ସରକାରୀ ମାନ୍ୟତା ଦାବି ନେଇ ଜାରି ରହିଥିବା କଳାହାଣ୍ଡି ବନ୍ଦ ପାଳନର ଆଜି ଦ୍ୱିତୀୟ ଦିନ। ଆଜି କଳାହାଣ୍ଡି ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ଯାନବାହନ ଚଳାଚଳକୁ ବନ୍ଦ ରଖିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ରହିଛି। ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସମେତ ଜିଲ୍ଲା ଓକିଲ ସଂଘ, ଘରୋଇ ବସ୍ ମାଲିକ ସଂଘ, ବଣିକ ସଂଘ ଓ ଲେବର ୟୁନିୟନ ସମର୍ଥନ ଜଣାଇଛନ୍ତି। ବନ୍ଦ ଯୋଗୁଁ ଜିଲ୍ଲା ସଦର ମହକୁମା ଭବାନୀପାଟଣା ସମେତ କେସିଙ୍ଗା,  ଜୁନାଗଡ଼,  ଧର୍ମଗଡ଼, କୋକସରା ଆଦି ସ୍ଥାନରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି।

 

 

Related story