ମହିଳାଙ୍କୁ ଢ଼ାଲ କରି ଚାଲାଣ ହେଉଥିଲା କି ଗଞ୍ଜେଇ?

ଧର୍ମଗଡ଼ (ଇଙ୍ଗିତ ପଣ୍ଡା):  ମହିଳାଙ୍କୁ ଢ଼ାଲ କରି ଚାଲାଣ ହେଉଛି ଗଞ୍ଜେଇ ଚାଲାଣ? ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଆଜି ଛତିଶଗଡ଼ ସୀମାରୁ ଗିରଫ ହୋଇଥିବା ୪ ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମହିଳା ଜଣକ ସ୍କୁଟି ଚଳାଇ ଯାଉଥିବା ବେଳେ ତାଙ୍କ ପଛରେ ଜଣେ ପୁରୁଷ ଗଞ୍ଜେଇ ଧରି ବସିଥିଲା। ଏପରି ଅଭିଯୋଗ କଳାହାଣ୍ଡି ଜିଲ୍ଲାରୁ ଆସିଛି। ଆଜି କଳାହାଣ୍ଡିରୁ ମଧ୍ୟପ୍ରଦେଶକୁ ଗୋଟିଏ ବାଇକ ଓ ସ୍କୁଟିରେ ଚାଲାଣ ହେଉଥିଲା ଗଞ୍ଜେଇ। […]

kalahindi

Manoranjan Sial
  • Published: Tuesday, 24 November 2020
  • , Updated: 24 November 2020, 07:23 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା):  ମହିଳାଙ୍କୁ ଢ଼ାଲ କରି ଚାଲାଣ ହେଉଛି ଗଞ୍ଜେଇ ଚାଲାଣ? ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଆଜି ଛତିଶଗଡ଼ ସୀମାରୁ ଗିରଫ ହୋଇଥିବା ୪ ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମହିଳା ଜଣକ ସ୍କୁଟି ଚଳାଇ ଯାଉଥିବା ବେଳେ ତାଙ୍କ ପଛରେ ଜଣେ ପୁରୁଷ ଗଞ୍ଜେଇ ଧରି ବସିଥିଲା। ଏପରି ଅଭିଯୋଗ କଳାହାଣ୍ଡି ଜିଲ୍ଲାରୁ ଆସିଛି।

ଆଜି କଳାହାଣ୍ଡିରୁ ମଧ୍ୟପ୍ରଦେଶକୁ ଗୋଟିଏ ବାଇକ ଓ ସ୍କୁଟିରେ ଚାଲାଣ ହେଉଥିଲା ଗଞ୍ଜେଇ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ଛତିଶଗଡ଼ ସୀମାନ୍ତ ଛିପିଲି ନିକଟରେ ବାଇକ୍‌ ଓ ସ୍କୁଟିକୁ ଅଟକାଇ ଥିଲେ। ଅବକାରୀ ବିଭାଗ ଗାଡ଼ି ଦୁଇଟିରୁ ୨୨ କିଲୋ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଭିତରେ ଜଣେ ମହିଳା ଅଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଛୋଟୁ ସିଂ, ସଞ୍ଜୁ ୱାଇକେ, ବିକାଶ ବୈରାଗୀ ଓ ଜଣେ ମହିଳା।

ମହିଳା ଜଣ ସ୍କୁଟି ଚଳାଇ ଯାଉଥିବା ବେଳେ ତାଙ୍କ ପଛରେ ଜଣେ ପୁରୁଷ ଗଞ୍ଜେଇ ଧରି ବସିଥିଲେ। ଅନ୍ୟ ବାଇକ୍‌ରେ ଦୁଇ ଜଣ ଯୁବକ ଗଞ୍ଜେଇ ନେଇ ଯାଉଥିଲେ। ତେବେ କେତେ ଦିନ ଧରି ଏହି କାରବାର ଚାଲିଥିଲା, ଅବକାରୀ ବିଭାଗ ତାହା ଉପରେ ତଦନ୍ତ ଚଳାଇଛି।

Related story